fbpx

ଛତିଶଗଡ଼ରେ ଟପ୍ପରଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା, ନେବେ ହେଲିକପ୍ଟରର ମଜା…

ଛତିଶଗଡ଼ରେ ଶିକ୍ଷାବର୍ଷ ୨୦୨୧-୨୨ ରେ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ମେରିଟ ଲିଷ୍ଟରେ ଆସିଥିବା ବାଲୋଡ ଜିଲାର ୨ ଟପରଙ୍କୁ ଶନିବାର ୮ ସେପ୍ଟେମ୍ବରରେ ହେଲିକପ୍ଟରରେ ବୁଲାଯିବ । ହେଲିକପ୍ଟରର ବୁଲିବା ପରେ ୯ ଅକ୍ଟୋବରରେ ଦୁହିଁଙ୍କୁ ସିଏମ ହାଉସରେ ଆୟୋଜିତ ସମ୍ମାନ ସମାରୋହରେ ସାମିଲ ହେବେ । ଏହି ଦୁଇ ଛାତ୍ରଙ୍କ ନାମ ହେଉଛି ରିତେଶ ସାହୁ ଏବଂ ମନୀଷା ପଟେଲ । ଦୁହିଁଙ୍କୁ ସିଏମ ହାଉସରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସମ୍ମାନିତ କରାଯିବ । ଏହାସହ ସେମାନଙ୍କୁ ଦେଢ଼-ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ,  ଦୁଇ ଟପ୍ପରଙ୍କୁ ୧୦-୧୦ ମିନିଟର ହେଲିକପ୍ଟରର ବସିବାକୁ ଦିଆଯିବ । ପରେ ରବିବାର ସେମାନଙ୍କୁ ସିଏମ ହାଉସରେ ସମ୍ମାନିତ କରାଯିବ । ସୂଚନାଯୋଗ୍ୟ, ଗତ ଶିକ୍ଷାବର୍ଷ ୨୦୨୧-୨୨ ରେ ଦଶମ ଏବଂ ଦ୍ୱାଦଶ କ୍ଲାସ ଟପ୍ପର ପିଲାଙ୍କୁ ହେଲିକପ୍ଟରରେ ବୁଲାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ ।

Get real time updates directly on you device, subscribe now.