fbpx

ଦିପାବଳୀ ଏବଂ ଛଠ୍ ପୂଜା ପାଇଁ ରେଲୱେର ବଡ଼ ଘୋଷଣା, ୧୭୯ ସ୍ୱତନ୍ତ୍ର ଟ୍ରେନରେ ବୁକ୍ କରନ୍ତୁ ନିଜ ଟିକେଟ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଶୁକ୍ରବାରର ଘୋଷଣା କରିଛି ଯେ ସେ ଚଳିତ ବର୍ଷ ଛଠ୍ ପୂଜା ପର୍ଯ୍ୟନ୍ତ ୧୭୯ ଯୋଡ଼ଶ ବିଶେଷ ଟ୍ରେନର ସଞ୍ଚାଳନ କରୁଛି ଫଳରେ ପାର୍ବଣ ଋତୁରେ ଅତିରିକ୍ତ ଭିଡ଼କୁ ନେଇ କୌଣସି ଅସୁବିଧା ହେବନାହିଁ । ଏହି ସ୍ପେଶାଲ ଟ୍ରେନ୍ ସମଗ୍ର ଦେଶାରେ ଦିଲ୍ଲୀ-ପାଟଣା, ଦିଲ୍ଳୀ-ଭାଗଲପୁର, ଦିଲ୍ଲୀ-ମୁଜାଫରପୁର, ଦିଲ୍ଲୀ-ସହରସା ଆଦି ପ୍ରମୁଖ ସ୍ଥାନକୁ କଭର କରିବ ।

ଏଏନଆଇର ରିପୋର୍ଟ ଅନୂଯାୟୀ, ରେଳ ମନ୍ତ୍ରାଳୟ କହିଛି ଯେ ଭାରତୀୟ ରେଲୱେ ଚଳିତ ବର୍ଷ ଛଠ ପୂଜା ପର୍ଯ୍ୟନ୍ତ ୧୭୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ୨,୨୬୯ ଥର ଟ୍ରେନ୍ ଚଳାଚଳ କରିବ । ଫଳରେ ପାର୍ବଣ ଋତୁରେ ଭିଡ଼ ଯୋଗୁଁ ଯେପରି ଯାତ୍ରୀଙ୍କୁ କୌଣସି ଅସୁବିଧା ନହେବ । ଅଫିସିଆଲ ବୟାନ ଅନୂଯାୟୀ, ମଧ୍ୟ ରେଳବାଇରେ ୭ ଯୋଡ଼ା ବିଶେଷ ଟ୍ରେନ୍ ର ୧୦୦ ଯାତ୍ରାକୁ ଅଧିସୂଚିତ କରାଯାଇଛି ।

ଏହା ବ୍ୟତୀତ, ପୂର୍ବ ମଧ୍ୟ ରେଲୱେ ୯ ଯୋଡ଼ା ବିଶେଷ ଟ୍ରେନର ୧୨୮ ଯାତ୍ରାକୁ ଅଧିସୂଚିତ କରିଛି । ପୂର୍ବ ତଟ ରେଳବାଇ ୬ ଯୋଡ଼ା ବିଶେଷ ଟ୍ରେନର ୯୪ ଟ୍ରିପକୁ ଲିଷ୍ଟ କରାଯାଇଛି । ପୂର୍ବ ରେଳବାଇ ୧୪ ଯୋଡ଼ା ବିଶେଷ ଟ୍ରେନ୍ ସହ ୧୦୮ ଟିପ୍ ଚଳାଇବ । ସେହିଭଳି ଉତ୍ତର ରେଲୱେ ୩୫ ଯୋଡ଼ା ଟ୍ରେନ୍ ସହ ୩୬୮ ଯାତ୍ରାକୁ ଅଧିସୂଚିତ କରିଛି । ଉତ୍ତର-ମଧ୍ୟ ରେଲୱେ ୮ ଯୋଡ଼ା ବିଶେଷ ଟ୍ରେନ୍ ର ୨୨୩ ଯାତ୍ରାନେଇ ସୂଚନା ଦେଇଛି ।

Get real time updates directly on you device, subscribe now.