(Video) ମାଡ଼ି ଆସୁଛି ଆଉ ଏକ ‘ବାତ୍ୟା’! ଓଡ଼ିଶା ଉପରେ ଏମିତି ପ୍ରଭାବ ରହିବ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ମାନ ପାର୍ବଣ ଋତୁର ଆଗମନ ହୋଇ ସାରିଥିବା ବେଳେ ଲୋକମାନେ ହସଖୁସିରେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଏପରି ସ୍ଥିତିରେ ଆସିଛି ଏକ ବଡ଼ ଖବର । ପୁଣି ଏକ ‘ବାତ୍ୟା’ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟାକୁ ନେଇ ଏବେ ଲୋକଙ୍କ ମନରେ ଭୟ ଘନେଇଥିବା ବେଳେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ସମଗ୍ର ଦେଶରୁ ଏବେ ମୌସୁମୀ ପ୍ରାୟତଃ ବିଦାୟ ନେଇ ସାରିଥିଲେ ହେଁ ବିପଦ ଏବେ ସମ୍ପୂର୍ଣ୍ଣ ଟଳିନାହିଁ । ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରବଳ ବର୍ଷା ସମ୍ଭାବନା ରିହଛି । ଆସନ୍ତା ୨ ଦିନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରର କିଛି ଅଞ୍ଚଚଳ, ବିହାର, ଝାଡଖଣ୍ଡରୁ ଫେରିଯିବା ନେଇ ସମ୍ଭାବନା ରହିଛି । ହେଲେ ଅନେକ ରାଜ୍ୟ ଖାସ କରି ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଜାରି ରହିପାରେ ବୋଲି ଆକଳନ କରାଯାଇଛି ।

ଅନ୍ୟପଟେ ପୁଣି ଥରେ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଘୂର୍ଣ୍ଣିଂଝଡ ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି । ପାଣିପାଗ ବିଭାଗ ଚେତାବନୀ ଜାରି କହିଛି କି, ସୋମବାର ଅର୍ଥାତ ଆଜି ସମ୍ଭାବ୍ୟ ଝଡ ସାମୁଦ୍ରିକ ଝଡରେ ପରିଣତ ହେବ । ମୁମ୍ବାଇରେ ବର୍ଷା ସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ନେଇ ମୁମ୍ବାଇରେ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଏହାକୁ ନଜରରେ ରଖି ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ସମସ୍ତ ପ୍ରକାର ପ୍ରସ୍ତୁତି ସହ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଓଡ଼ିଶାକୁ ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ଭୟ ନଥିବା କୁହାଯାଇଛି ।

Get real time updates directly on you device, subscribe now.