ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ; 28 ଯାଏଁ ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଆଗାମୀ 4 ଦିନ ଧରି ଲାଗି ରହିବ ବର୍ଷା ।

ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଯାହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 4 ଦିନ ଧରି ଲାଗି ରହିବ ବର୍ଷା । 28 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ 3 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର । ତେବେ ବର୍ଷା ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଗର୍ଭକୁ ଯିବାକୁ ବାରଣ କରାଯାଇଛି ।

ସେପଟେ ବର୍ଷାରେ ବେହାଲ ବାଲେଶ୍ବର । 26 ନଂ ୱାର୍ଡ଼ କଂଗ୍ରେସ ଗଳିରେ ଘରେ ପଶିଲା ପାଣି । ଫଳରେ ଘର ଭିତରେ ବର୍ଷା ଜଳ ଲହଡ଼ି ମାରୁଥିବା ବେଳେ ଆସବାବ ପତ୍ର ଭାସୁଥିବା ଦେଖିବାକୁ ମିଳିଛି । ଜଳ ନିଷ୍କାସନ ପାଇଁ ସୁବିଧା ନଥିବାରୁ ଲୋକେ ହତସନ୍ତ ହେଉଥିବା ଦେଖିବାକୁ ମିଳିଛି ।