Cyclone Update: କମିଲା ବାତ୍ୟା ଦାନାର ବେଗ, ଘଣ୍ଟାପ୍ରତି 10 କିମି ବେଗରେ ଆସୁଛି

ଭୁବନେଶ୍ବର: ବାତ୍ୟା ଦାନା ଯେତିକି ପାଖେଇ ପାଖେଇ ଆସୁଛି ଲୋକଙ୍କ ମନରେ ଛନକା ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ଧାମରା ଠାରୁ 180 କିମି ଦୂରରେ ରହିଛି ବାତ୍ୟାର ଦାନା । 10 କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି । ଗତ 6 ଘଣ୍ଟା ହେବ ବାତ୍ୟାର ଗତି ସମାନ ରହିଛି । ପାରାଦ୍ବୀପ ଠାରୁ 150 କିଲୋମିଟର ଦୂରରେ ରହିଛି ବାତ୍ୟା ଦାନା । ସେହିପରି ଧାମରା ଠାରୁ 180 କିଲୋମିଟର ଦୂରରେ ରହିଥିବା ବେଳେ ସାଗର ଦ୍ବୀପ ଠାରୁ 250 କିଲୋମିଟର ଦୂରରେ ରହିଛି । ପାରାଦ୍ବୀପ ଡପଲର ରାଡାରରୁ ବାତ୍ୟା ଦାନା ଉପରେ ନଜର ରଖାଯାଇଛି ।

ଆକଳନ ଅନୁସାରେ, ଆଜି ରାତି 3ଟାରୁ ଭୋର ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇପାରେ । ଯଦି ବାତ୍ୟାର ବେଗ କମ୍ ହୁଏ ତାହେଲେ ଲ୍ୟାଣ୍ଡଫଲ ସମୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଦାନା । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ,  ସମୁଦ୍ରରେ ପବନର ବେଗ 95-110 କିଲୋମିଟର ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ 100-120 କିଲୋମିଟର ରହିପାରେ । 24 ତାରିଖ ଏବଂ 25 ତାରିଖ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।