fbpx
BJD
BJD SKY
BJD SKY

ୟଶ୍ ପାଇଁ ହାଇଆଲର୍ଟ : ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମଙ୍ଗଳବାର ସଂଧ୍ୟାସୁଦ୍ଧା ତଳିଆ ଓ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର (ଓଡ଼ିଶା ଭାସ୍କର): ମହାମାରୀ ସମୟରେ ମାଡି ଆସୁଛି ମହାବିପଦ। ସମୁଦ୍ର ଭିିତରେ ଧିମାଗତିରେ ବଳ ଏକାଠି କରୁଛି ବାତ୍ୟା ୟଶ୍। ଯାହା ଆସନ୍ତା ୨୬ ତାରିଖରେ ଲ୍ୟାଣ୍ଡଫଲ୍ କରିବ । ତେବେ ଏହା ଓଡିଶାର ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ବୋଲି ଆକଳନ କରାଯାଇଛି । ଓଡ଼ିଶାର ୫ଟି ଜିଲ୍ଲା ଉପରେ ଏହ ପ୍ରକୋପ ଅଧିକ ରହିବ ବୋଲି ଆଇଏମ୍‌ଡ଼ି ଆକଳନ କରିଛି। ଏହାର ଘଣ୍ଟାପ୍ରତି ବେଗ ୧୨୦-୧୬୫ କିମି ପର୍ଯ୍ୟନ୍ତ ରହିବ ବୋଲି ସେ ସୂଚନା ମିଳିଛି ।ଆଜି ଦକ୍ଷିଶ ଉପକୂଳ ଓଡିଶାରେ ମଧ୍ୟମ ଧରଣର ବାର୍ଷା ଆଶଙ୍କା ରହିଛି । ବର୍ତ୍ତମାନ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ୟଶ୍ । ତେବେ ଏହାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ରାଜ୍ୟ ସରକାରଙ୍କ ବାତ୍ୟା ୟଶ୍ ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ମଙ୍ଗଳବାର ସଂଧ୍ୟା ସୁଦ୍ଧା ସବୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ କରିବାକୁ ବ୍ଲୁ ଫିଣ୍ଟ ପ୍ରସ୍ତୁତ ହୋଇଛି  । ଆସନ୍ତା କାଲି ସଂଧ୍ୟାସୁଦ୍ଧା ତଳିଆ ଓ ବିପଦର ସମ୍ଭାବନା ଥିବା ଅଞ୍ଚଳରେ କୌଣସି ଲୋକ ଘରେ ନ ଥିବେ । ବାତ୍ୟା ଆଶ୍ରୟସ୍ଥଳରେ ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯ଼ାଇଛି । ଏହା ସହିତ ଗର୍ଭବତୀ ମହିଳା ଓ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି ।

ବଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ହାଇ ଇମ୍ପାକ୍ଟ ଜୋନ ମଧ୍ୟରେ ରହିବ । ଏହା ସହିତ ଯାଜପୁର, କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଭାବ ରହିବ । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯ଼ାଇଛି । ବାତ୍ୟା ପରଦିନ ବିଦ୍ୟତ ସରବରାହ ଚାଲୁ କରିବାକୁ ବିଦ୍ୟୁତ ବିଭାଗ କର୍ମଚାରୀମାନେ କାମ କରୁଥିବାରୁ ସେଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ୟ଼୍ୟନ୍ତ ଘରେ ଜେନେରେଟର ନ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ବାତ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କ ସହ ୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟଙ୍କୁ ସରକାର ଦାୟିତ୍ୱ ଦିଆଯାଇଛି। ସେହିଭଳି ବାଲେଶ୍ୱର ପାଇଁ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକ ପାଇଁ ଅମିତେନ୍ଦ୍ର କୁମାର ସିଂ, ମୟୂରଭଞ୍ଜ ପାଇଁ ଅନିରୁଦ୍ଧ କୁମାର ସିଂ, ଜଗତସିଂହପୁର ପାଇଁ ଅମିତାଭ ଠାକୁର ଓ କେନ୍ଦ୍ରାପଡା ପାଇଁ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.