fbpx

ଲକଡାଉନରେ ପ୍ଲେନରେ ବାହାଘର!

ସ୍ୱାଇସଜେଟର କ୍ରୁ ମେମ୍ବରଙ୍କୁ କାର୍ଯ୍ୟରୁ ନିବୃତ୍ତ କଲା ଡିଜିସିଏ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ବିଭିନ୍ନ ରାଜ୍ୟରେ ଜାରି ହୋଇଛି ଲକଡାଉନ । ଏହି ଲକଡାଉନରେ ବିବାହ ପାଇଁ ଅନେକ କଟକଣା ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଛି । ହେଲେ ସରକାରଙ୍କ କଡା ତାଗିଦ୍ ପରେ ବି ଲକଡାଉନ ସମୟରେ ପ୍ଲେନରେ ବିିବାହ କରିଛନ୍ତି ବର କନ୍ୟା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଖାଲି ସେତିକି ନୁହେଁ ଏହି ସମୟରେ ସାମାଜିକ ଦୂରତାକୁ ଫୁ କରାଯାଇଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବର୍ତ୍ତମାନ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ।

ସୂଚନା ଅନୁଯାୟୀ, ରବିବାର ସକାଳେ ସ୍ୱାଇସଜେଟର ଏକ ଚାଟାର୍ଡ ଫ୍ଲାଇଟ ମଦୁରାଇ ଏୟାରପୋର୍ଟରୁ ଉଡାଣ ଭରିଥିଲା ଏବଂ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡିବା ପରେ ଫେରିଥିଲା । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଉଡାଣ ସମୟରେ ବିମାନରେ ସାମାଜିକ ଦୂରତା ନିୟମର ପାଳନ କରାଯାଇନଥିବାରୁ ନେଇ ଜାହାଜର କ୍ରୁ ମେମ୍ବରଙ୍କୁ ଡ୍ୟୁୁଟିରୁ ହଟାଇ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ସ୍ୱାଇସଜେଟକୁ ସେମାନଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି । ଯେଉଁମାନେ ଉଡାଣ ସମୟରେ ସାମାଜିକ ଦୂରତା ନିୟମକୁ ଉଲ୍ଲଙ୍ଘନ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ମାମଲାର ଯାଞ୍ଚ ପରେ ଡିଜିସିଏ ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ।

ସୋମବାର ସୋସିଆଲ ମିଡିଆରେ ପ୍ଲେନରେ ହୋଇଥିବା ଏହି ବିବାହର ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ବର କନ୍ୟା ବିବାହ କରୁଛନ୍ତି ଏବଂ ସେଠାରେ ଉପସ୍ଥିତ ଥିବା ଅତିଥିମାନେ ସାମାଜିକ ଦୂରତାକୁ ଉଲଂଘନ କରିଛନ୍ତି । ଏଥିସହିତ କିଛି ଜଣ ମାସ୍କ ମଧ୍ୟ ପିନ୍ଧିନାହାନ୍ତି ।

ତେବେ ଏହି ଘଟଣାକୁ ନେଇ ସ୍ୱାଇସଜେଟ ସ୍ପଷ୍ଟୀକରଣ ରଖିଛି, “ସ୍ପାଇସଜେଟ ବୋଇଂ ୭୩୭ ବିମାନକୁ ବାହାଘର ପରେ ଅତିଥିମାନଙ୍କୁ ବୁଲାଇବା ପାଇଁ ଜଣେ ଟ୍ରାଭେଲ ଏଜେଣ୍ଟ ବୁକ କରିଥିଲେ । ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ବିଷୟରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଏବଂ ଉଡାଣ ସମୟରେ କୌଣସି ପ୍ରକାର ଗତିବିଧି ପାଇଁ ସେମାନଙ୍କୁ ମନା କରାଯାଇଥିଲା । ତେବେ ସେମାନଙ୍କର ଉତ୍ସାହକୁ ଦେଖି ସେମାନଙ୍କୁ ଉଡାଣର ଅନୁମତି ମିଳିଥିଲା ।”

Get real time updates directly on you device, subscribe now.