ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ‘୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହୋଇ ଅବପାତରେ ପରିଣତ ହେବ ।
ପ୍ରଭାବରେ ତାମିଲନାଡ଼ୁ ଓ ଶୀଲଙ୍କା ପାଖାପାଖି ଅଞ୍ଚଳରେ ବର୍ଷା ହେବ । ବାତ୍ୟା ରୂପ ନେବ କି ନାହିଁ ଲଘୁଚାପ ହେବା ପରେ ହିଁ ସ୍ପଷ୍ଟ ହେବ । ଓଡ଼ିଶା ଉପରେ ଏହାର ସିଧା ସଳଖ ପ୍ରଭାବ ନାହିଁ । ୨୭, ୨୮ ବେଳକୁ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ ।’