ଅତି ଭୀଷଣ ରୂପ ନେବ ବାତ୍ୟା! ବାଲେଶ୍ବର ଦେଇ ଅତିକ୍ରମ କରିବ, ଚାଲିଯିବ ଶହ ଶହ ଜୀବନ

ଭୁବନେଶ୍ବର: ପୁଣି ଓଡିଶା ମୁହାଁ ବାତ୍ୟା । ତେବେ ଏହା ଛୋଟ ବାତ୍ୟା ନୁହେଁ ବଡ ହେବ ବୋଲି ଆକଳନ କରାଯାଇଛି । ତେବେ ଏହି ବାତ୍ୟା ଓଡିଶା ଦେଇ ଅତିକ୍ରମ କରିବା ସମୟରେ ପବନ ଘଣ୍ଟାକୁ 120ରୁ 160 କିମି ବେଗରେ ବହିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ସମୁଦ୍ରରରେ ବଡ ଗୋଟାଇ ଭୀଷଣ ରୂପ ନେବ । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫଏସ) ର ଆକଳନ ଅନୁସାରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ତେବେ ଆକଳନ କରାଯାଇଛି ଯେ, 23 ତାରିଖ ସୁଦ୍ଧା ବାତ୍ୟା ସିଭିୟର ସାଇକ୍ଲୋନର ରୂପ ନେଇପାରେ । 24 ତାରିଖ ବେଳକୁ ଭଦ୍ରକ ଓ ବାଲେଶ୍ବର ଦେଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡକୁ ଯିବ । ତେବେ ବାଲେଶ୍ବର ପହଞ୍ଚିବା ବେଳେ ପବନର ଚାପ 944 ମଲିବାର ଥିବ । କେବେ ଏହା ପରବର୍ତ୍ତି ଅବସ୍ଥାରେ ସିଭିୟର ସାଇକ୍ଲୋନର ରୂପ ନେଇପାରେ ବୋଲି କୁହାଯାଇଛି । ଯଦି ଏହି ଆକଳନ ସତ ହୁଏ ତେବେ ଓଡିଶା ପ୍ରତି ଆଉ ଏକ ବିପଦ ମାଡି ଆସୁଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଯଦି ସିଭିୟର ସାଇକ୍ଲୋନର ରୂପ ନିଏ ତାହେଲେ ଶହ ଶହ ସଂଖ୍ୟାରେ ଜୀବନ ଯାଇପାରେ ।

Get real time updates directly on you device, subscribe now.