fbpx

ଆଜି ଆଷାଢ ଗୁପ୍ତ ନବରାତ୍ରୀ, ବିଛା ରାଶିର ଜାତକଙ୍କ ପାଇଁ ରହିଛିି ସମସ୍ୟା, ଅନ୍ୟ ରାଶିର ଜାତକରେ କ’ଣ ରହିଛି ଜାଣିନିଅନ୍ତୁ

ଆଜି କିଛି ରାଶିର ଜାତକଙ୍କ ଲାଗି ବହୁତ ଭଲ ସମୟ ରହିଥିବା ବେଳେ ଆଉ କିଛି ରାଶିର ଜାତକଙ୍କ ଲାଗି ସମୟ ଭଲ ନୁହେଁ । ଅର୍ଥାତ୍ ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ମେଷ: ବାଣିଜ୍ୟିକ ଓ ସାମାଜିକ କ୍ଷେତ୍ରରେ ସୁଫଳ ମିଳିବ । ବନ୍ଧୁ ପରିଜନଙ୍କ ସହ ସଂପର୍କ ଭଲ ରହିବ । ବରିଷ୍ଠମାନେ ସହଯୋଗ କରିବେ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ରୁଚି ବଢିବ । ମହାଦେବଙ୍କ ପୂଜା କଲେ ଭାଗ୍ୟ ଆହୁରି ଚମକିବ ।
ବୃଷ:ଘର ପରିବାରରେ ଆନନ୍ଦ ରହିବ । ପରମ୍ପରାଗତ ବ୍ୟବସାୟରେ ସମୃଦ୍ଧି ପରିଲକ୍ଷିତ ହେବ । ସମ୍ମାନ ବୃଦ୍ଧି ହେବ । ବିଭିନ୍ନ ଦିଗରୁ ଆକର୍ଷଣୀୟ ପ୍ରସ୍ତାବ ମିଳିବ । ନୂଆ ବସ୍ତ୍ର ଆଭୂଷଣ ପ୍ରାପ୍ତି ହେବେ । ଆର୍ଥିକ କ୍ଷେତ୍ରରେ ପରିଣାମ ଭଲ ରହିବ । ଶିବ ଓ ପାର୍ବତୀଙ୍କ ବନ୍ଦନା କରନ୍ତୁ ।
ମିଥୁନ:ବିଭିନ୍ନ ରଚନାତ୍ମକ ଗତିବିଧି ସହ ନିଜକୁ ଜଡିତ କରିବେ । ସବୁ କ୍ଷେତ୍ରରେ ଧୈର୍ଯ୍ୟ ବଜାୟ ରଖିବେ । ବ୍ୟକ୍ତିତ୍ୱ ପ୍ରଭାବଶାଳୀ ରହିବ । ସମ୍ମାନ ବୃଦ୍ଧି ପାଇବ । ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରିବେ । ନୂଆ କରି କିଛି ଭଲ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଆପଣ ମଧ୍ୟ ଶିବ , ପାର୍ବତୀ ଓ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତୁ ।
କର୍କଟ:ନ୍ୟାୟିକ ବିଷୟରେ ଧୈର୍ଯ୍ୟ ବଜାୟ ରଖିବେ । ନିବେଶ ସମ୍ବନ୍ଧୀୟ ପ୍ରୟାସ ସଫଳ ରହିବ । ବିରୋଧୀଙ୍କ ଠାରୁ ସତର୍କ ରୁହନ୍ତୁ ।ସମୟ ପୂର୍ବରୁ କାର୍ଯ୍ୟ ପୂରଣ ହେବ । ଦେବା ନେବା କ୍ଷେତ୍ରରେ ସତର୍କତା ବଜାୟ ରଖବବେ । ପାରସ୍ପରିକ ସଂପର୍କ ଭଲ ରହିବ । ଦାନ ଧର୍ମ ବି କରିବେ । ତେବେ କୌଣସି ବିଷୟରେ ଚର୍ଚ୍ଚା କିମ୍ବା ଆଲୋଚନା କ୍ଷେତ୍ରରେ ସତର୍କତା ଅବଲମ୍ବନ କଲେ ଭଲ । ଶିବ ପାର୍ବତୀଙ୍କ ବନ୍ଦନା କରନ୍ତୁ ବିନମ୍ରତା ବଢିବ ।
ସିଂହ: ନିଜ ସଂକଳ୍ପ ଉପରେ ତିଷ୍ଠି ରହିବେ । ଆର୍ଥିକ କ୍ଷେତ୍ରରେ ଭଲ ସମୃଦ୍ଧି ଦେଖାଦେବ । କ୍ୟାରିୟର, କାରବାର କ୍ଷେତ୍ର ଅନୁକୂଳ ରହିବ । ବରିଷ୍ଠମାନଙ୍କ ଠାରୁ ସହଯୋଗ ମିଳିବ । ମିତ୍ରଗଣ ସାହାସ ବୃଦ୍ଧି କରିବେ । ଓଁ ନମଃ ଶିବାୟ ଜପ କଲେ ସବୁ ଦିଗରୁ ଦିନଟି ଶୁଭମୟ ହେବ ।
କନ୍ୟା:ବିଭିନ୍ନ ଅଧୁରା କାର୍ଯ୍ୟ ପୁରା ହେବ । ଧୈର୍ଯ୍ୟ ଅନୁଶାସନ ଭିତରେ କାର୍ଯ୍ୟ କରିବେ । ସଫଳତା ପ୍ରତତିଶତ ଉଚ୍ଚା ରହିବ । ବ୍ୟକ୍ତିଗତ ଭାବରେ ପ୍ରଭାବଶାଳୀ ରହିବେ । ଆସ୍ଥା ଓ ବିଶ୍ୱାସର ସହ ଆଗକୁ ବଢିବେ । ଉଚ୍ଚପଦସ୍ଥ ଅଧିକାରୀଙ୍କ ସମର୍ଥନ ମିଳିବ ।
ତୁଳା:ଶୁଭ ସମ୍ବାଦର ଆଦାନ ପ୍ରଦାନ ଲାଗି ରହିବ । ଯୋଜନା ଆଗକୁ ବଢିବ । ବାଣିଜ୍ୟ ବେପାରରେ ବୃଦ୍ଧି । ଆସ୍ଥା ଓ ଭାଗ୍ୟ ବଳରେ ଆଗକୁ ବଢିବେ । ଉଚ୍ଚଶିକ୍ଷା ଉପରେ ଜୋର ଦେବେ । ବିନମ୍ରତା ବଜାୟ ରଖିବେ । ଶିବ ପାର୍ବତୀଙ୍କ ବନ୍ଦନା କରନ୍ତୁ । ଦାନ ଧର୍ମ କରନ୍ତୁ ।
ବିଛା:ବୁଦ୍ଧି ଓ ବିଚାର ଖଟାଇ କାର୍ଯ୍ୟ କରନ୍ତୁ । ତରବରିଆ ଭାବରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଶାରୀରିକ ଅସୁସ୍ଥତା ସଂକେତକୁ ଅଣଦେଖା କରନ୍ତୁ ନାହିଁ । ଖାଦ୍ୟପେୟରେ ସାତ୍ତ୍ୱିକତା ରଖନ୍ତୁ । ନିୟମକୁ ଅଣଦେଖା କରନ୍ତୁ ନାହିଁ । ବାଦ ବିବାଦ ଠାରୁ ଦୂରେଇ ରହନ୍ତୁ । ଜିଦିରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ସହ ବୁଝାମଣା କରନ୍ତୁ ନାହିଁ । କାର୍ଯ୍ୟ ପ୍ରଭାବିତ ହୋଇପାରେ । ଅଜ୍ଞାନ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହନ୍ତୁ । ଓଁ ନମଃ ଶିବାୟ ଜପ କରନ୍ତୁ । ସହନଶୀଳତା ବଜାୟ ରହିବ ।
ଧନୁ: ବ୍ୟକ୍ତିଗତ ସମ୍ବନ୍ଧରେ ବିଶ୍ୱାସ ବଢିବ । ଭୂମି ଭବନ କାର୍ଯ୍ୟରେ ସମର୍ଥନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଖାଦ୍ୟପେୟରେ ସାତ୍ତ୍ୱିକତା ରଖିବେ । ନେତୃତ୍ୱ ନେବାର କ୍ଷମତା ବଢିବ । ଲକ୍ଷ୍ୟ ସାଧନରେ ସଫଳ ହେବେ । ଶିବଙ୍କ ଆରାଧନା କରନ୍ତୁ ।
ମକର: ସବୁ କାମ ଠିକ୍୍ ଠାକ୍ ଚାଲିବ । ଖର୍ଚ୍ଚ ଉପରେ ଅଙ୍କୁଶ ରଖନ୍ତୁ । ଠକ ମାନଙ୍କ ଠାରୁ ସତର୍କ ରୁହନ୍ତୁ । ଅପରିଚିତଙ୍କୁ ସହଜରେ ଭରସା କରନ୍ତୁ ନାହିଁ । ଅନୁଶାସନ ଓ ସତର୍କତା ଅବଲମ୍ବନ କରନ୍ତୁ । ମହାଦେବଙ୍କ ପୂଜା ଆରାଧନା କରନ୍ତୁ ।
କୁମ୍ଭ:ସହପାଠୀ ଓ ମିତ୍ରଙ୍କ ଭରସା ବଢିବ । ମହତ୍ତ୍ୱପୂର୍ଣ୍ଣ ମାମଲାରେ ପକ୍ଷଭୁକ୍ତ ହେବେ । ଯୁବବର୍ଗ ଭଲ ପ୍ରଦର୍ଶନ କରିବେ । ବାତାବରଣ ଅନୁକୂଳ ରହିବ । ଅଧ୍ୟୟନ ଓ ଅଧ୍ୟାପନାରେ ରୁଚି ବଢିବ । ଲକ୍ଷ୍ୟ ଉପରେ ଫୋକସ୍ ବଢିବ । ଶିବ ପରିବାରର ବନ୍ଦନା କରନ୍ତୁ ।
ମୀନ:କ୍୍ୟାରିୟର ଓ ବ୍ୟବସାୟ ଉପରେ ଫୋକସ୍ ରଖିବେ । ଭାବନାତ୍ମକ ପ୍ରଦର୍ଶନ ବଢିବ । ଘର ବାହାନ କ୍ରୟ କ୍ଷେତ୍ରରେ ସଫଳ େହେବେ । ପରିବାରରେ ଖୁସି ବଜାୟ ରହିବ । ଅହଂକାର ଭାବନାରୁ ନିଜକୁ ଦୂରେଇ ରଖନ୍ତୁ । ଜିଦି ଭାବନା ପରିତ୍ୟାଗ କରନ୍ତୁ । ସାମଞ୍ଜ୍ୟସତା ଉପରେ ଜୋର ଦିଅନ୍ତୁ । ପରିଜନଙ୍କ ସହ ସହଯୋଗ ବଜାୟ ରଖନ୍ତୁ । ବ୍ୟକ୍ତିଗତ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଶିବ ପରିବାରର ଆରାଧନା କରନ୍ତୁ । ଯୋଗ ଧ୍ୟାନ କରନ୍ତୁ ।

Get real time updates directly on you device, subscribe now.