fbpx

ତିନି ରଥର ଦକ୍ଷିଣମୋଡ଼

ପୁରୀ: ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯାଇଥିବା ମହାପ୍ରଭୁ ଫେରିବେ ରତ୍ନବେଦୀକୁ । ଏଥିପାଇଁ ଆରମ୍ଭ ହୋଇଛି ବାହୁଡ଼ାଯାତ୍ରା ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ୍ ଆଜି ଶନିବାର ତିନି ରଥର ଦକ୍ଷିଣମୋଡ କରାଯାଇଛି ।

ଆସନ୍ତା ମଙ୍ଗଳବାର ବାହୁଡାଯାତ୍ରା, ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଜି ସମସ୍ତ ନୀତିକାନ୍ତି ଏବଂ ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା,କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଳଭଦ୍ରଙ୍କ ରଥ ଓ ତାପରେ ନନ୍ଦିଘୋଷ ରଥ ଦକ୍ଷିଣମୋଡ କରିଥିଲେ । ଗତବର୍ଷ କେବଳ ସେବାୟତମାନେ ଦକ୍ଷିଣମୋଡ଼ କରିଥିବାବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଦୁଇଟି ରଥ ନାକଚଣା ଦ୍ୱାର ଠାରେ ଲାଗିଥିବା ବେଳେ ଆସନ୍ତାକାଲି ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଲାଗିବ ।

ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ସେପଟେ ବାହୁଡାଯାତ୍ରା ପାଇଁ  ୧୯ତାରିଖ ରାତିରୁ ୨୨ ତାରିଖ ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଓ ୧୪୪ ଧାରା ଜାରି କରାଯିବ । ସିଆରପିସିର ଧାରା ୧୪୪ ଅନୁଯାୟୀ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଆଉ କାହାରିକୁ ଛଡ଼ାଯିବ ନାହିଁ । ବଡ଼ଦାଣ୍ଡରେ କୌଣସି ଗାଡ଼ି ଗଡ଼ିବ ନାହିଁ । ବଡଦାଣ୍ଡରେ ଥିବା ସମସ୍ତ କୋଠା ଯାଞ୍ଚ ହେବା ସହ ସଂଯୋଗ କରୁଥିବା ପ୍ରତ୍ୟେକ ରାସ୍ତା ସିଲ ହେବ।

ଅନ୍ୟପଟେ ଶ୍ରୀଗୁଣ୍ଡିଚା ଯାତ୍ରାରେ କର୍ଫ୍ୟୁ ଉଲଂଘନ ଘଟଣାରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । କୋଭିଡ୍ କଟକଣା ଉଲଙ୍ଘନ କରି ବିଗ୍ରହଙ୍କ ଦର୍ଶନ କରିବା ଅଭିଯୋଗରେ ୧୪ ଜଣଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି । ବାହୁଡାଯାତ୍ରାରେ କଟକଣାକୁ ଆହୁରି କଡାକଡି କରାଯିବା ସହ କର୍ଫ୍ୟୁ ଉଲ୍ଲଘଂନ ଘଟଣାର ପୁନରାବୃତ୍ତି ନହେବାକୁ ନିଆଯାଉଛି କଡ଼ା ପଦକ୍ଷେପ । ତେବେ ବାହୁଡା ଯାତ୍ରା ପାଇଁ ସେବାୟତ ଓ କର୍ମଚାରୀ ମାନଙ୍କର।  ଆରଟିପିସିଆର୍ ଟେଷ୍ଟ ଚାଲିଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

Get real time updates directly on you device, subscribe now.