fbpx

ଅଲିମ୍ପିକ୍ସ ପୂର୍ବରୁ ଓସାକାରୁ ନିଖୋଜ ହେଲେ ଭାରୋତ୍ତଳକ

ଓସାକା: ଅଲିମ୍ପିକ୍ସକୁ ମାତ୍ର ୬ ଦିନ ବାକି ରହିଥିବା ବେଳେ ଅଧାରାସ୍ତାରୁ ନିଖୋଜ ହୋଇଛନ୍ତି ଜଣେ ଭାରୋତ୍ତଳକ । ଉଗାଣ୍ଡାର ଭାରୋତ୍ତଳକ ଜୁଲିଅସ ସେକିଟୋଲେକୋ ଅଲିମ୍ପିକ୍ସ ପୂର୍ବରୁ ଓସାକାରୁ ନିଖୋଜ ହୋଇ ଯାଇଛନ୍ତି । ସମୁଦାୟ ୯ ଜଣ ଉଗାଣ୍ଡା ଖେଳାଳି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଉଗାଣ୍ଡା ଦଳର ଖେଳାଳି ମାନଙ୍କୁ ଜାପାନର ସହର ଇଜୁମିସାନୋରେ ରଖାଯାଇଥିଲା । ତେବେ ଓସାକାର ଏହି ସହରରୁ ଜୁୁଲିଅସ ନିଖୋଜ ହୋଇଥିବା ନେଇ ଉଗାଣ୍ଡା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.