fbpx

ଜଷ୍ଟ ଡାଏଲରେ ୩୪୯୭ କୋଟି ନିବେଶ କରିବ ରିଲାଏନ୍ସ; ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଜଷ୍ଟ ଡାଏଲରେ ୪୧% ସେୟାର କିଣିବା ନେଇ ଶୁକ୍ରବାର ରିଲାଏନ୍ସ ରିଟେଲ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ରିଲାଏନ୍ସର ୪୦.୯୫% ସେୟାର ୩,୪୯୭ କୋଟିରେ କିଣିବାକୁ ଯାଉଛି । ଇ-କମର୍ସରେ ଏହାର ବଢ଼ୁଥିବା ଚାହିଦାକୁ ନେଇ ରିଲାଏନ୍ସ ଜଷ୍ଟ ଡାଏଲ ନିବେଶ କରିବାକୁ ଯାଉଛି । ୨୫ ବର୍ଷ ପୁରୁଣା ସର୍ଚ୍ଚ ଇଞ୍ଜିନ କମ୍ପାନୀ ଜଷ୍ଟ୍ ଡାଏଲରେ ରିଲାଏନ୍ସର ନିବେଶ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଗତ ଦିନରେ ରିଲାଏନ୍ସ ନେଟମେଡ୍ସ, ଅର୍ବାନ ଲ୍ୟାଡର ଭଳି କମ୍ପାନୀରେ ନିବେଶ କରିଛି । ଏହା ସହ ରିଲାଏନ୍ସ ରିଟେଲ ଏହି ସେୟାରର ୨୬% ଯାହାର ମୂଲ୍ୟ ୨.୧୬ କୋଟି ରହିଛି । ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲାରଖିଛି । । ଏନେଇ ଏକ ନିୟାମକପତ୍ର ଦାଖଲ କରିଛି । ଜଷ୍ଟ ଡାଏଲ ଫାଉଣ୍ଡର ଭିଏସଏସ ମଣି ପୂର୍ବ ଭଳି ଏହାର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଭାବରେ କାର୍ଯ୍ୟ କରିବେ ।

ଏହି ନିବେଶ ଦ୍ୱାରା ଦେଶର ଏକ ପୁରୁଣା ସର୍ଚ୍ଚ ଇଞ୍ଜିନ ତଥା ବାଣିଜ୍ୟ ପ୍ଲାଟଫର୍ମର ଅଧିକ ଉନ୍ନତି ହୋଇପାରିବ । ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ର ନିର୍ଦ୍ଦେଶକ ଶ୍ରୀମତୀ ଇଶା ଅମ୍ବାନୀ କହିଛନ୍ତି ଯେ ଜଷ୍ଟ ଡାଏଲରେ ବିନିଯୋଗ ଆମର ଲକ୍ଷ ଲକ୍ଷ ଭାଗୀଦାରୀ ବ୍ୟବସାୟୀ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଡିଜିଟାଲ ଇକୋସିଷ୍ଟମକୁ ଆହୁରି ବୃଦ୍ଧି କରିବ । ଜଷ୍ଟ ଡାଏଲ ନିକଟରେ ଏହାର ବି୨ବି ପ୍ଲାଟଫର୍ମ ଜେଡି ମାର୍ଟ ଲଞ୍ଚ କରିଛି । ଯାହା ଆଗାମୀ ଭବିଷ୍ୟତରେ ଦେଶରେ ହୋଲସେଲର, ଉତ୍ପାଦକ, ଖୁଚୁରା ବ୍ୟବସାୟୀ ଏବଂ ବିତରକମାନଙ୍କୁ ଇଣ୍ଟରନେଟ୍ ଟେକ୍ନୋଲୋଜି ସହିତ ଯୋଡିବାରେ ସହାୟକ ହେବ । ଗତ ବର୍ଷ ରିଲାଏନ୍ସ ରିଟେଲ ଗ୍ଲୋବାଲ ବିନିବେଶକାରୀଙ୍କଠାରୁ ୪୭,୬୨୫ କୋଟିର ବିନିବେଶ ଆଣିଥିଲା । ୨୦୨୦-୨୧ ମସିହାରେ ଦେଶର ଅଗ୍ରଣୀ ରିଟେଲ ବ୍ୟବସାୟୀ ୫,୪୮୧ କୋଟିର ଡଲାରର ଲାଭ କରିଥିବା ସୂଚନା ରହିଛି ।

Get real time updates directly on you device, subscribe now.