fbpx

ଦଳିତ ସେନାର ନ୍ୟାସନାଲ ସେକ୍ରେଟାରୀଙ୍କୁ ହତ୍ୟା: ପାଦ ଛୁଇଁବା ବାହାନାରେ ଗୁଳି ଚଳାଇଲେ

ନୂଆଦିଲ୍ଲୀ: ସାରା ଦେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀମାନେ ଏକଜୁଟ୍ ହେବା ନେଇ ପ୍ରୟାସ ଜାରି ରଖିଥିବା ବେଳେ ଏହି ସମୟରେ ଆସିଛି ଏକ ବଡ଼ ଖବର । ଦଳିତ ସେନାର ନ୍ୟାସନାଲ ସେକ୍ରେଟାରୀଙ୍କୁ ହତ୍ୟା କରାଯାଇଛି । ଅମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ଚଳାଇଥିବା ବେଳେ ଚାରିଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଦଳିତ ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ସୂଚନା ମୁତାବକ, ବିହାରରେ ଏହି ଘଟଣା ଘଟିଛି । ଦଳିତ ସେନାର ନ୍ୟାସନାଲ ସେକ୍ରେଟାରୀ ରାକେଶ ପାଶୱାନଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ରାଜ୍ୟର ହାଜିପୁରରେ ଅମ୍ବେଦକର ଜୟନ୍ତୀ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ରାକେଶଙ୍କ ଉପରକୁ ୪ ଜଣ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତେବେ ଏହି ବ୍ୟକ୍ତିମାନେ ପ୍ରଥମେ ଆସି ରାକେଶଙ୍କ ପାଦ ଛୁଇଁଥିଲେ ଓ ତା’ପରେ ଗୁଳି ଚଳାଇଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି ।

ତେବେ ଏହି ଘଟଣା ପରେ ଲାଲ ଗଞ୍ଜ ଥାନା ଅନ୍ତର୍ଗତ ପଞ୍ଚଧାମିଆ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣାସ୍ଥଳରେ ଡିଏମ ଓ ଏସପି ପହଞ୍ଚି ରାକେଶଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ପ୍ରଦାନ କରିଛନ୍ତି । ଗୁଳିମାଡ଼ ପରେ ରାକେଶଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏହି ମାମଲାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଦେଇଛି ।

Get real time updates directly on you device, subscribe now.