ଓଡ଼ିଶା ଭାସ୍କର: ମାଡି ଆସୁଛି ବାତ୍ୟା ‘ଦାନା’ । ୨୪ ତାରିଖ ରାତିରୁ ୨୫ ତାରିଖ ପୂର୍ବାହ୍ନ ମଧ୍ୟରେ ଏହା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । କିନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ଏବେଠୁ ଛନକା ପଶିଲାଣି । ବର୍ତ୍ତମାନ ଏହି ବାତ୍ୟା ପାରାଦୀପ ବନ୍ଦରଠାରୁ ୪୯୦ କି.ମି ଦୂରରେ ରହିଥିବା ବେଳେ ସମୁଦ୍ର ଭିତରେ ୧୨ କି.ମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଦାନା’ । ତେବେ ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କ’ଣ କଲେ ଆପଣ ସୁରକ୍ଷିତ ରହିବେ ଓ କଣ କରିବେ ନାହିଁ ତାହା ଆସନ୍ତୁ ଜାଣିବା ।
ବାତ୍ୟା ପୂର୍ବ ପ୍ରସ୍ତୁତି:
- ଗୁରୁତ୍ୱପୂର୍ଣ୍ଣ ଜିନିଷ ଓ ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ ରଖନ୍ତୁ
- ଗୃହ ପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଅନ୍ତୁ
- ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ଏବଂ ଔଷଧ ମହଜୁଦ ରଖନ୍ତୁ
- ମେଡିସିନ, ମହମବତୀ, ଟର୍ଚ୍ଚ ଲାଇଟ ରଖିବା ମଧ୍ୟ ଜରୁରୀ
- ବାସଗୃହର ଅବସ୍ଥା ଠିକ ଅଛି ନା ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ
- ପିଲାମାନଙ୍କୁ ବାତ୍ୟା ନେଇ ଅବଗତ କରାନ୍ତୁ ଓ ଭୟଭୀତ ନହେବାକୁ କୁହନ୍ତୁ
- ଘର ଚାରି ପାଖରେ ଥିବା ବଡ ବଡ ଗଛକୁ କାଟି ଦିଅନ୍ତୁ
- ବାତ୍ୟା ସମୟରେ କିପରି ସୁରକ୍ଷିତ ରହିବେ ସମସ୍ତଙ୍କୁ ସଚେତନ କରାନ୍ତୁ
- ନିଜ ବ୍ଲଡ ଗ୍ରୁପ ବିଷୟରେ ଅବଗତ ରୁହନ୍ତୁ
- ଅସୁସ୍ଥ ବ୍ୟକ୍ତି, ବୟସ୍କଙ୍କ ଓ ଛୋଟ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ
- କମ୍ବଳ ଓ ପୋଷାକ ମଧ୍ୟ ପାଖରେ ମହଜୁଦ କରି ରଖନ୍ତୁ
ବାତ୍ୟା ସମୟରେ କଣ କରିବେ :
- ବାତ୍ୟା ବା ଭାରି ବର୍ଷା ସମୟରେ ପିଲାଙ୍କୁ ନିଜପାଖରେ ରଖନ୍ତୁ
- ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ, ଘରୁ ବାହାରନ୍ତୁ ନାହିଁ
- ଘରରର କବାଟ କିମ୍ବା ଝରକାଠାରୁ ଦୂରେଇ ରୁହନ୍ତୁ
- ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ
- ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ
- ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ
- ବାତ୍ୟା ନେଇ ଆସୁଥିବା ଖବର ସହ ଅପଡେଟ୍ ରୁହନ୍ତୁ
- ବାତ୍ୟା ସମୟରେ କଣ କରିବେ ନାହିଁ ?
- ବାତ୍ୟାର ଭୟାବହତା ନକମିବା ଯାଏ ବାହାରକୁ ଯାଆନ୍ତୁ ନାହିଁ
- ବିଦ୍ୟୁତ ତାରକୁ ସ୍ପର୍ଶ କରନ୍ତୁ ନାହିଁ
- ଘରର ଉପର ମହଲାରେ ରୁହନ୍ତୁ ନାହିଁ
- ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯଆନ୍ତୁ ନାହିଁ
- ପୁରୁଣା କୋଠା ଓ କିମ୍ବା ଗଛ ତଳେ ଆଶ୍ରୟ ନଅନ୍ତୁ ନାହିଁ