ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ଏବେ ନୂଆ ମୋଡ଼ ନେଇଛି । ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଛି ଅଷ୍ଟ୍ରେଲିଆ । ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଥିବା ବେଳେ କାଲିଠାରୁ ଆରମ୍ଭ ହେଉଛି ତୃତୀୟ ଟେଷ୍ଟ । ଏହି ଟେଷ୍ଟ ଉଭୟ ଦଳ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଏହାଭିତରେ ମ୍ୟାଚର ଦିନକ ପୂର୍ବରୁ ପ୍ଲେଇଙ୍ଗ-୧୧ ଘୋଷଣା କରିଛି ଘରୋଇ ଦଳ । ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଦଳକୁ କମବ୍ୟାକ କରିଛନ୍ତି ଜଣେ ଖତରନାକ ଷ୍ଟାର ବୋଲର । ଗାଭା ଟେଷ୍ଟରେ ଗୋଟିଏ ମାତ୍ର ପରିବର୍ତ୍ତନ ସହିତ ମଇଦାନକୁ ଓହ୍ଲାଇବ କଙ୍ଗାରୁ ।
ତୃତୀୟ ଟେଷ୍ଟ ଦିନକ ପୂର୍ବରୁ ଅଷ୍ଟ୍ରେଲିଆର ପ୍ଲେଇଙ୍ଗ-୧୧ ଘୋଷଣା ହୋଇଯାଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ପରିବର୍ତ୍ତନ ସହ ମଇଦାନକୁ ଫେରିବେ ବୋଲି କହିଛନ୍ତି ଅଧିନାୟକ ପ୍ୟାଟ କମିନ୍ସ । ଆହତ ଯୋଗୁଁ ଆଡିଲେଡ ଟେଷ୍ଟରୁ ବାଦ୍ ପଡ଼ିଥିବା ଷ୍ଟାର ବୋଲର ଜୋସ ହାଜେଲଉଡ ଏହି ମ୍ୟାଚରେ ଦଳକୁ କମବ୍ୟାକ କରିବେ । ଦ୍ୱିତୀୟ ଟେଷ୍ଟରେ ତାଙ୍କ ଅନୁପସ୍ଥିତିରେ ଦଳରେ ସ୍ଥାନ ପାଇଥିଲେ ସ୍କଟ ବୋଲାଣ୍ଡ । ତେବେ ସୁସ୍ଥ ହେବା ପରେ ହାଜେଲଉଡ ପୁଣିଥରେ ନିଜ ସ୍ଥାନ ଫେରିପାଇବେ ବୋଲି ସୂଚନା ଦେଇଛନ୍ତି ଅଧିନାୟକ ପ୍ୟାଟ୍ କମିନ୍ସ । ବୋଲାଣ୍ଡ ସାମାନ୍ୟ ଦୁର୍ଭାଗ୍ୟଶାଳୀ ବୋଲି କମିନ୍ସ କହିଛନ୍ତି । ଆଡିଲେଡ ଟେଷ୍ଟରେ ୫ଟି ୱିକେଟ ହାସଲ କରିବା ପରେ ମଧ୍ୟ ତାଙ୍କୁ ନିଜ ସ୍ଥାନ ହରାଇବାକୁ ପଡ଼ୁଛି ।
ଏହାପରେ କମିନ୍ସ କହିଛନ୍ତି ଯେ, ଜୋସ୍ ଫେରି ଆସିଛନ୍ତି… ତାଙ୍କୁ କୌଣସି ସମସ୍ୟା ନାହିଁ । କାଲି ସେ ଖୁବ ସୁନ୍ଦର ବୋଲିଂ କରିଛନ୍ତି । କିଛି ଦିନ ପୂର୍ବରୁ ଆଡିଲେଡରେ ମଧ୍ୟ ଭଲ ବୋଲିଂ କରିଥିଲେ । ଆଗାମୀ ମ୍ୟାଚ୍ ପାଇଁ ସେ ଏବଂ ମେଡିକାଲ ଟିମ୍ ବେଶ୍ ଆଶ୍ୱସ୍ତ ଅଛନ୍ତି ବୋଲି କୁହାଯାଇଛି । ତେଣୁ ପ୍ଲେଇଙ୍ଗ-୧୧ରେ ଜୋସ ହାଜେଲଉଡଙ୍କ ଏ ଏଣ୍ଟ୍ରି ଏକ ପ୍ରକାର ସୁନିଶ୍ଚିତ ବୋଲ କୁହାଯାଇପାରେ ।
ଅଷ୍ଟ୍ରେଲିଆ ପ୍ଲେଇଙ୍ଗ-୧୧: ଉସମାନ ଖ୍ୱାଜା, ନାଥନ ଢ଼୍ୟାକସ୍ୱିନୀ, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ୍, ମିଚ୍ ମାର୍ଶ, ଆଲେକ୍ସ କ୍ୟାରୀ, , ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜୋସ୍ ହ।।ଜଲଉଡ ।