fbpx
BJD SKY
BJD SKY

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ଜାଣନ୍ତୁ କେବେ ଭୋଟିଂ ?

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ପଦ୍ମପୁରରେ ଡିସେମ୍ବର ୫ରେ ହେବ ଭୋଟିଂ ବା ମତଦାନ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୭ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ଏହା ପରେ ଡିସେମ୍ବର ୫ରେ ହେବ ଭୋଟିଂ ଓ ଡିସେମ୍ବର ୮ ତାରିଖରେ ଆସିବ ଫଳାଫଳ । ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର । ବିଧାୟକ ବିଜୟ ରଞ୍ଜନ ସିଂ ବରାହଙ୍କ ଦେହାନ୍ତ ପରେ ଆସନ ଖାଲି ପଡ଼ିଛି ।

ତେବେ ୫ଟି ରାଜ୍ୟର ବିଧାନସଭା ଓ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏହି ସମସ୍ତ ଆସନ ପାଇଁ ଡିସେମ୍ବରରେ ମତଦାନ ହେବ ଓ ୮ରେ ରେଜଲ୍ଟ ଆସିବ । ଓଡ଼ିଶା, ରାଜସ୍ଥାନ, ବିହାର, ୟୁପି ଓ ଛତିଶଗଡ଼ର ଗୋଟିଏ ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ଏହା ସହ ୟୁପିର ବୈନପୁରୀ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ ।

ବର୍ତ୍ତମାନର ସ୍ଥିତିକୁ ଦେଖିଲେ ପଦ୍ମପୁର ଉପନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ସିଧା ଟକ୍କର ହେବ। ପଞ୍ଚାୟତନ ନିର୍ବାଚନରେ ଏହାର ଝଲକ ଦେଖିବାକୁ ମିଳିଥିଲା। ପଞ୍ଚାୟତ ନିର୍ବାଚନରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ଚିତ୍ର ଦେଖିବାକୁ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବିଜେଡି ବିଜୟୀ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍‌ ହାର ବୃଦ୍ଧି ପାଇବା ସହ ୪ଟି ଜିଲ୍ଲା ପରିଷଦ ଆସନ ହାତେଇବାରେ ସକ୍ଷମ ହୋଇଛି। ଉଲ୍ଳେଖଯୋଗ୍ୟ ଯେ, ୨୦୧୯ରେ ପଦ୍ମପୁର ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଜଂନ ସିଂ ବରିହାଙ୍କୁ ୯୩୨୯୯ ଭୋଟ୍‌ ମିଳିଥିଲା। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭୫୬୫ ଭୋଟ୍‌ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୩୨୭୮୭ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

Get real time updates directly on you device, subscribe now.