fbpx

ଲୋକଙ୍କୁ ମହଙ୍ଗା ମାଡ଼! ପୁଣି ବଢ଼ିଲା ସିଏନଜି-ପିଏନଜି ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ପୁଣି ଲାଗିଛି ବଡ଼ ଝଟକା । ମୁମ୍ବାଇରେ ସିଏନଜି ଓ ପିଏନଜିରେ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ନୂଆ ଦର ରାତି ୧୨ଟାରୁ ଲାଗୁ କରାଯାଇଛି । ମହାନଗର ଗ୍ୟାସ୍ ଲିମିଟେଡ ସିଏନଜିର ଦାମ୍ କିଲୋଗ୍ରାମ ପିଛା ୩.୫ ଟଙ୍କା ଓ ପିଏନଜିର ଦାମ୍ ଏସସିଏମ ପ୍ରତି ୧.୫ ଟଙ୍କା ବଢ଼ାଇଦେଇଛି । ମହାନଗର ଗ୍ୟାସ୍ ଲିମିଟେଡ ଶୁକ୍ରବାର ଦିନ ସିଏନଜି ଓ ପିଏନଜିର ଦାମରେ ସଂଶୋଧନ କରି ରାତି ୧୨ରୁ ଆହୁରି ମହଙ୍ଗା କରିଦେଇଛି ।

ସୂଚନା ଅନୁଯାୟୀ, ଅକ୍ଟୋବର ୩ ରେ ମୁମ୍ବାଇରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୮୬ ଟଙ୍କା ଥିଲା । ଏଥି ସହିତ ପିଏନଜି ମୂଲ୍ୟ ପିଏନଜି ଦାମ୍ ଏସସିଏମ ପିଛା ୫୨.୫୦ ଟଙ୍କା ଥିଲା । ଏବେ ଏହି ମୂଲ୍ୟ ବୃଦ୍ଧି ପାଇ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୮୯.୫୦ ଟଙ୍କା ଏବଂ ପିଏନଜି ହାର ଏସସିଏମ ପିଛା ୫୪ ଟଙ୍କାକୁ ବୃଦ୍ଧି ପାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଲୋକଙ୍କୁ ଗାଡ଼ି ଚଳାଇବା ବା ପବ୍ଲିକ ଟ୍ରାନ୍ସପୋର୍ଟରେ ଯିବା ମହଙ୍ଗା ହୋଇଯିବ । ଏଥିସହ ପିଏନଜି ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକଙ୍କ ଘର ବଜେଟ୍ ମଧ୍ୟ ନଷ୍ଟ ହୋଇଯିବ ।

Get real time updates directly on you device, subscribe now.