fbpx

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ କରିବେ ଲିଙ୍ଗ ପରିବର୍ତ୍ତନ: କାହିଁକି ନେଲେ ଏପରି ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତାନା ଭଟ୍ଟାଚାର୍ଯ୍ୟ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ସୁଚେତାନା ଅପରେସନ କରିବେ । ସେ ନିଜକୁ ଜଣେ ପୁରୁଷ ଭାବେ ଦେଖୁଥିବାରୁ ସେ ଶାରୀରିକ ଭାବେ ଜଣେ ପୂର୍ଣ୍ଣାଙ୍ଗ ପୁରୁଷ ହେବାକୁ ଚାହୁଁଛନ୍ତି । ଏନେଇ ସୁଚେତାନା ଆଇନଗତ ପରାମର୍ଶ ନେବା ସହିତ ମନୋବିଜ୍ଞାନିକଙ୍କ ସହିତ ମଧ୍ୟ ସମ୍ପର୍କ କରିଛନ୍ତି ।

ନିକଟରେ ସଚେତାନା ଏକ କର୍ମଶାଳାରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ମୋର ଏହି ପଦକ୍ଷେପ ସହିତ ମୋର ପିତାମାତା କି ପାରିବାରିକ ପରିଚୟର କୌଣସି ସମ୍ପର୍କ ନାହିଁ । ମୁଁ ଏଲଜିବିଟିକ୍ୟୁ ଆନ୍ଦୋଳନର ଏକ ଅଂଶ ଭାବେ ଏପରି କରୁଛି । ଜଣେ ଟ୍ରାନ୍ସ-ମ୍ୟାନ ଭାବେ ଦୈନନ୍ଦିନ ଜୀବନରେ ଦେଖାଦେଉଥିବା ସାମାଜିକ ଉତ୍ପୀଡ଼ନକୁ ମୁଁ ରୋକିବାକୁ ଚାହୁଁଛି । ମୁଁ ଜଣେ ୪୧ ବର୍ଷୀୟ ବାଳିକା । ତେଣୁ ନିଜ ଜୀବନ ସମ୍ପର୍କୀୟ ଯେ କୌଣସି ନିଷ୍ପତ୍ତି ମୁଁ ନେଇ ପାରିବି ।

ଆପଣମାନେ ଦୟାକରି ଏହା ମଧ୍ୟକୁ ମୋର ପିତାମାତାଙ୍କୁ ଟାଣନ୍ତୁ ନାହିଁ । ପୁରୁଷ ମାନସିକ ଭାବେ ମଧ୍ୟ ପୁରୁଷ ହୋଇଥାଏ । ମୁଁ ମଧ୍ୟ ମାନସିକ ଭାବେ ନିଜକୁ ଜଣେ ପୁରୁଷ ବୋଲି ଭାବେ । ମୁଁ ଚାହୁଁଛି ଏବେ ଶାରୀରିକ ଭାବେ ମଧ୍ୟ ଜଣେ ପୁରୁଷ ହୋଇଯିବି । ମୋର ବିଶ୍ୱାସ ମୋର ପିତାମାତା ମୋର ଏହି ନିଷ୍ପତ୍ତିକୁ ସମର୍ଥନ କରିବେ । କାରଣ ସେମାନେ ମୋର ପିଲାବେଳୁ ଏ ବିଷୟରେ ଜାଣିଛନ୍ତି । ମୁଁ ଏହି ନିଷ୍ପତ୍ତି ନେଇଛି, ମୋ ଠାରେ ସାହସ ଅଛି । ତେଣୁ କିଏ କ’ଣ କହିଲା ତାହା ମୋ ପାଇଁ କିଛି ଫରକ ପଡ଼େ ନାହିଁ । ମୁଁ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି ।

ସାଧାରଣ ଭାବେ, ଲିଙ୍ଗ ପରିବର୍ତ୍ତ କରାଇବା ଶୁଣିବାକୁ ଯେତିକି କଠିନ ଲାଗେ ବାସ୍ତବରେ ସେପରି ହୋଇନଥାଏ । ଯେଉଁ କ୍ଷେତ୍ରରେ ଜଣେ ମହିଳା / ପୁରୁଷ ଜଣେ ପୁରୁଷ / ମହିଳାଙ୍କ ପରି ଅନୁଭବ କରିଥାନ୍ତି ତାହାକୁ ଜେଣ୍ଡର ଡିସ୍ଫୋରିୟା କୁହନ୍ତି । ଯାହାର ଜେଣ୍ଡର ଡିସ୍ଫୋରିୟା ହୋଇଥାଏ ତାଙ୍କର ଅପରେସନ କରାଯାଇଥାଏ । ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଜଣଙ୍କୁ ସେକ୍ସ ରିଓସାଇନମେଣ୍ଟ ସର୍ଜରୀ (ଏସଆରଏସ) ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିଥାଏ । ଏହି ସର୍ଜରୀ ଦ୍ୱାରା ବ୍ୟକ୍ତିଙ୍କ ଶାରୀରିକ ଆକାରକୁ ପରିବର୍ତ୍ତନ କରାଯାଇଥାଏ । ପ୍ରତିବର୍ଷ ସାରା ବିଶ୍ୱରେ ୧୦୦ରୁ ୫୦୦ ଜଣ ଲୋକଙ୍କର ଏସଆରଏସ କରାଯାଇଥାଏ ବୋଲି ଇନସାଇକ୍ଲୋପିଡ଼ିଆ ତଥ୍ୟରୁ ଜଣାପଡ଼ିଛି ।

Get real time updates directly on you device, subscribe now.