fbpx
BSKY SKY
BSKY SKY

ହାର୍ଟଆଟାକ୍‌ ଭଳି ରୋଗକୁ ଦୂରେଇ ଦିଏ ମାଛ: ଗବେଷଣାରେ ପ୍ରକାଶ

BSKY

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍‌ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫଟି ଏସିଡ୍‌ ଥାଏ। ଯାହା ହୃଦ୍‌ରୋଗ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଆମେରିକା ହାର୍ଟ ଆସୋସିଏସନ୍‌ର ବୈଜ୍ଞାନିକଙ୍କ ପରାମର୍ଶରେ ଏହି ଦାବି କରାଯାଇଛି।

ଆମେରିକାର ହାଭାର୍ଡ ଟିଏଚ୍‌ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ପ୍ରଫେସର୍‌ ଏରିକ୍‌ ବି ରିମ୍‌ଙ୍କ ମତରେ, ବୈଜ୍ଞାନିକଙ୍କ ଏହି ଗବେଷଣାରେ ଓମେଗା ୩ ଫଟି ଏସିଡ୍‌ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ; ବିଶେଷକରି ହୃତ୍‌ପିଣ୍ଡ ପାଇଁ ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା।

ଗବେଷଣାରେ ସାମିଲ ଲୋକଙ୍କୁ ସପ୍ତାହକୁ ଦୁଇଥର ମାଛ ଖାଇବାକୁ ଦିଆଯାଇଥିଲା, ଯେଉଁଥିରେ ଓମେଗା ୩ ଫଟି ଏସିଡ୍‌ ସ୍ତର ଅଧିକ ଥିଲା। ନିଷ୍କର୍ଷରେ ଦେଖିବାକୁ ମିଳିଥିଲା, ଯେଉଁମାନଙ୍କର ହୃଦ୍‌ରୋଗ ଜନିତ ସମସ୍ୟା ଥିଲା ତାହା ଅନେକ ମାତ୍ରାରେ ହ୍ରାସ ପାଇଥିଲା। ଯେଉଁମାନେ ହୃତ୍‌ରୋଗରେ ପୀଡ଼ିତ ହେବାକୁ ଯାଉଥିଲେ ସେମାନଙ୍କ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଆଡ଼କୁ ଗତି କରିଥିଲେ ।

Get real time updates directly on you device, subscribe now.