ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ। ଅପରାହ୍ନ ୪ଟାରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଲା। ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଆଉ ଏହି ଚଳିତ ବର୍ଷ ମାଟ୍ରିକ ରେଜଲ୍ଟରେ ପୁଅଙ୍କ ଅପେକ୍ଷା ଝିଅ ଅଧିକ ଭଲ କରିଛନ୍ତି। ଆଉ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦି ଦେଖିବା ଚଳିତ ବର୍ଷ ମୋଟ୍ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ଆଉ ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ୍, A2 ୧୨ ହଜାର ୨୦୦, B1 ୩୮ ହଜାର ୮୩୧ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୦ ହଜାର ୨୫୧ ଜଣ ପୁଅ ପାସ୍ ହୋଇଛନ୍ତି।
ହେଲେ ପୁଅମାନଙ୍କଠୁ ଆଗରେ ଅଛନ୍ତି ଝିଅ। ଚଳିତ ବର୍ଷ ୨ ଲକ୍ଷ ୪୪ ହଜାର ୬୧୨ ଝିଅ ପାସ୍ ହୋଇ ପୁଅଙ୍କଠୁ ଆଗରେ ରହିଛନ୍ତି। ଏହାସହ ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ଥିବାବେଳେ, ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି। ହେଲେ ଗତବର୍ଷ ଅପେକ୍ଷା ଚଳିତ ବର୍ଷର ପାସ୍ ହାର କମିଛି। ୧୭ ହଜାର ୩୮୪ ଜଣ ପିଲା ଫେଲ୍ ହୋଇଛନ୍ତି।