fbpx

ଜନ୍‌ ଡେଭିଡ୍‌ ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଜନ୍‌ ଡେଭିଡ । ଅଷ୍ଟ୍ରେଲିଆର ଜନ୍‌ ଡେଭିଡ୍‌ ଓଡ଼ିଶା ହକିର ବିକାଶ ପାଇଁ କାମ କରିବେ । ଓଡ଼ିଶା ହକିକୁ ଏକ ନୂତନ ସୋପାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଓ ଓଡ଼ିଶା ହକି ଆସୋସିଏସନ୍‌ର ମିଳିତ ଉଦ୍ୟମରେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।

ଜନ୍‌ ଗ୍ରାସ୍‌ରୁଟ୍‌ରୁ ଜୁନିଅର ଓ ସିନିଅର ଖେଳାଳୀଙ୍କ କୋଚିଂ କାର୍ଯ୍ୟକ୍ରମ ଜାରି ରଖିବା ସହ ସେମାନଙ୍କ ଉନ୍ନତି ପାଇଁ କାମ କରିବେ । ଏହାସହ ଖେଳାଳୀଙ୍କ ଫିଟ୍‌ନେସ୍‌ ଓ ଦକ୍ଷତା ଉପରେ ମଧ୍ୟ ଫୋକସ୍‌ କରିବେ । ଜନ୍‌ ଡେଭିଡ୍‌ ପୂର୍ବରୁ ଇଣ୍ଡିଆନ ହକି ଟିମ୍‌ର ହାଇ ପରଫର୍ମାନ୍ସ ଡାଇରେକ୍ଟର ରହିଥିଲେ ।

Get real time updates directly on you device, subscribe now.