fbpx

ଦାଉଦ ଇବ୍ରାହିମ ମନି ଲଣ୍ଡ୍ରିଂ କେସ, ବଢିଲା ନଓ୍ଵାବ ମଲିକଙ୍କ ବିଚାର ବିଭାଗୀୟ ହାଜତ ଅବଧି

ମୁମ୍ବାଇ: ସ୍ଵତନ୍ତ୍ର ପିଏମଏଲଏ ଅଦାଲତ ସୋମବାର ମାଫିଆ ଡନ ଦାଉଦ ଇବ୍ରାହିମ ମନି ଲଣ୍ଡ୍ରିଂ କେସରେ ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ଵାବ ମଲିକଙ୍କ ବିଚାର ବିଭାଗୀୟ ହାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ତାଙ୍କୁ ଫେବୃଆରୀ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଉଦଙ୍କ ସହ ଏକ ଜମି କିଣା ସଂପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଥିଲା। କୋର୍ଟ ମଲିକଙ୍କୁ ଘରର ଖାଦ୍ୟ ଏବଂ ଔଷଧ ଖାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ବିଚାର ବିଭାଗୀୟ ହାଜତରେ ତାଙ୍କୁ ବେଡ୍, ଗଦି ଏବଂ ଚୌକି ପ୍ରଦାନ କରିବା ତାଙ୍କ ଆବେଦନକୁ ସ୍ଵୀକାର କରାଯାଇଥିଲା। ମଲିକ ଇଡିର ମାମଲାକୁ ରଦ୍ଦ କରିବା ପାଇଁ ଗତ ସପ୍ତାହରେ ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାତ୍ର ଅଦାତଲ ତାଙ୍କ ଆବେଦନକୁ ଖାରଜ କରିଥିଲେ।

ମଲିକ ହାଇକୋର୍ଟରେ ଦାବି କରିଥିଲେ, ତାଙ୍କ ଗିରଫଦାରୀ ସଂପୂର୍ଣ୍ଣ ଭାବେ ବେଆଇନ। ମାର୍ଚ୍ଚ ୧୫ରେ ବମ୍ବେ ହାଇକୋର୍ଟ ମଲିକଙ୍କ ଅନ୍ତରୀଣ ଆବେଦନକୁ ଖାରଜ କରିଥିଲେ। ଏଥିରେ ଇଡି ଦ୍ଵାରା ତାଙ୍କ ବିରୋଧରେ ରୁଜୁ ମନି ଲଣ୍ଡ୍ରିଂର ଏକ ମାମଲାରେ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ ମଲିକ। ଅନ୍ୟପଟେ ଏନସିପି ମଲିକଙ୍କୁ ତାଙ୍କ ବିଭାଗ ଏବଂ ଦୁଇଟି ଜିଲ୍ଲାର ସଂରକ୍ଷକ ମନ୍ତ୍ରୀ ପଦରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ଵାରା ଅନ୍ୟ କ୍ୟାବିନେଟ୍ ସହଯୋଗୀଙ୍କ ମଧ୍ୟରେ ଏହା ଆବଣ୍ଟନ କରାଯିବ।

ମଲିକଙ୍କ ଉପରେ ମନି ଲଣ୍ଡ୍ରିଂ ଜରିଆରେ ଅଣ୍ଡର ଓ୍ଵାର୍ଲ୍ଡ ସହ ସମ୍ବନ୍ଧ ଥିବା ଅଭିଯୋଗ ହୋଇଛି। ଇଡିର ଅଭିଯୋଗ ଅନୁଯାୟୀ, ମଲିକ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରଙ୍କଠୁ ୩୦୦ କୋଟି ଟଙ୍କାର ଜମିକୁକ ମାତ୍ର ୫୫ ଲକ୍ଷ ଟଙ୍କାରେ କିଣିଥିଲେ। ଏହି ପୂରା ନେଣଦେଣରେ ନଓ୍ଵାବ ମଲିକଙ୍କ ଉପରେ ମନି ଲଣ୍ଡ୍ରିଂର ଅଭିଯୋଗ ହୋଇଛି।

Get real time updates directly on you device, subscribe now.