fbpx
BJD SKY
BJD SKY

ପାରିଲାନି ପନ୍ତ ପାୱାର: ରିଷଭ ଓ ପାୱେଲଙ୍କ ଦମଦାର ପାଳି ପରେ ବି ୧୬ ରନରେ ହାରିଲା ମ୍ୟାଚ

BJD

ମୁମ୍ବାଇ: ୨୨୩ ରନର ବିଶାଳ ଲକ୍ଷ୍ୟର ପିଛା କରି ଫେଲ ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅନେକ ଛୋଟ ବହ ପାଳି ଭିତରେ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି ପନ୍ତ ପାୱାର । ଶେଷରେ ୧୫ ରନରେ ବିଜୟ ହାସଲ କରିଛି ରାଜସ୍ଥାନ ରୋୟଲ୍ସ ।

IPL 2022, DC vs RR Live Score Updates: Jos Buttler Century Powers Rajasthan  Royals To 222/2 In 20 Overs vs Delhi Capitals | Cricket News

ପ୍ରଥମରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ ଓପନର ପୃଥ୍ୱୀ ଶ’ ଏବଂ ଡାଭିଡ ୱାର୍ଣ୍ଣର । କିନ୍ତୁ ପଞ୍ଚମ ଓଭରରେ ଡାଭିଡ ୱାର୍ଣ୍ଣରଙ୍କୁ ଆଉଟ କରି ପାଭିଲିୟନ ଫେରାଇଥିଲେ ପ୍ରସିଦ୍ଧ କ୍ରୀଷ୍ଣା । ୧୪ ବଳରେ ଗୋଟିଏ ଛକା ଏବଂ ୫ ଚୌକା ସହ ୨୮ ରନର ଦ୍ରୁତ ପାଳି ଖେଳି ଆଉଟ ହୋଇଥିଲେ ୱାର୍ଣ୍ଣର । ଏହାପରେ ସରଫରାଜ ଖାନ ମଧ୍ୟ ମାତ୍ର ୧ ରନ କରି ଅଶ୍ୱୀନଙ୍କ ଶିକାର ହୋଇଥିଲେ । ଏହାପରେ ୨୭ ବଲରୁ ୩୭ ରନ କରି ଖେଳୁଥିବା ପୃଥ୍ୱୀ ଶ’ ମଧ୍ୟ ଅଶ୍ୱୀନଙ୍କ ଫିରକିରେ ଫସି ୱିକେଟ ହରାଇଥିଲେ । ତେବେ ଅଧିନାୟକ ରିଷଭ ପନ୍ତ ଏବଂ ଲଳିତ ଯାଦବ ପାଳିକୁ ଆଗକୁ ବଢାଇ ନେବାକୁ ଚେଷ୍ଟା କରିଥଇଲେ । କିନ୍ତୁ ୨୪ ବଲରେ ୪୪ ରନ କରି ଖେଳୁଥିବା ପନ୍ତଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ପ୍ରସିଦ୍ଧ କ୍ରୀଷ୍ଣା । ତାଙ୍କର ଏହି ପାଳିରେ ୨ ଛକା ଏବଂ ୪ଟି ଚୌକା ସାମିଲ ରହିଥିଲା । ତାଙ୍କ ପରେ ଅକ୍ସର ପଟେଲ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ଉପରେ କ୍ୟାପଟେନ ଭରସା କରିଥିଲେ ବି ସେମାନେ ଏଥିରେ ଫେଲ ମାରିଛନ୍ତି ।

IPL 2022: Prasidh Krishna feels bowling at hard length helped against SRH

ତେବେ ଲଳିତ ଯାଦବ ୨୪ ବଲରେ ୨ଛକା ଏବଂ ୩ଚୌକା ସହ ୩୭ ରନ କରି ୧୯ତମ ଓଭରରେ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ଶିକାର ହୋଇଥିଲେ । ଲଳିତଙ୍କ ୱିକେଟ ସହ ଦିଲ୍ଲୀର ବିଜୟ ଆଶା ମଧ୍ୟ ମଉଳି ଯାଇଥିଲା । ଶେଷ ଓଭରରେ ୩୬ ରନର ଆବଶ୍ୟକତା ଥିବା ବେଳେ ଓଭରର ପ୍ରଥମ ୩ଟି ବଲରେ ଛକା ମାରି ବିଜୟର ଆଶା ସଞ୍ଚାର କରିଥିଲେ ରୋଭମନ ପାୱେଲ । କିନ୍ତୁ ଶେଷ ୩ ବଲରେ ମାତ୍ର ୨ ରନ ସଂଗ୍ରହ କରିବା ସହିତ ନିଜ ୱିକେଟ ହରାଇ ମ୍ୟାଚକୁ ହରାଇତିଲା ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ତୃତୀୟ ବଲକୁ ନୋ ବଲ ପାଇଁ ଜିଦ କରିଥିଲେ ରିଷଭ ଯାହା ଅମ୍ପାୟାର ମନା କରିଥିଲେ ଏବଂ ମ୍ୟାଚ ଏହି ଜାଗାରେ ରାଜସ୍ତାନ ନିକଟକୁ ଚାଲିଯାଇଛି ।

 

ରାଜସ୍ଥାନ ପକ୍ଷରୁ ସବୁଠୁ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି ପ୍ରସିଦ୍ଧ କ୍ରୀଷ୍ଣା । ୪ ଓଭରରେ ୨୨ ରନ ଦେଇଥିବା ବେଳେ ୧୯ତମ ଓଭର ମେଡେନ ନେଇ ମୋଟ ୩ଟି ୱିକେଟ ଅକ୍ତିଆର କରିଛନ୍ତି ପ୍ରସିଦ୍ଧ । ଦଳର ଷ୍ଟାର ବୋଲରଅଶ୍ୱୀନ ୨ଟି ୱିକେଟ ନେଇଥିବା ବେଳେ ଚହଲ ଏବଂ ଓବେଡ ମକାୟ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ତେବେ ରିୟାନ ପରାଗ ଗୋଟିଏ ଓଭର ବୋଲିଂ କରି ୨୨ ରନ ବ୍ୟୟ କରିଛନ୍ତି ।

Get real time updates directly on you device, subscribe now.