fbpx
BJD
BJD SKY
BJD SKY

ରାଜୀବ କୁମାର ଦେଲେ ଇସ୍ତଫା: ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଥିଲେ କାର୍ଯ୍ୟରତ

ନୂଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ନୀତି ଆୟୋଗର ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି । ଦୀର୍ଘ ଦିନରୁ ଏହି ପଦରେ ରହିତିବା ରାଜୀବ କୁମାର ଏବେ ପଦରୁ ସହରି ଯାଇଛନ୍ତି । ତେବେ ଇସ୍ତଫାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଗତ ୨୦୧୭ ସେପ୍ଟେମ୍ବରରୁ ସରକାରଙ୍କ ଥିଙ୍କ ଟାଙ୍କର ଭିସି ଥିଲେ ରାଜୀବ । ୨୦୦୪-୦୬ ପର୍ଯ୍ୟନ୍ତ ଭାରତୀୟ ଉଦ୍ୟୋଗ ପରିଷଦ(ସିଆଇଆଇ)ର ମୁଖ୍ୟ ଅର୍ଥଶାସ୍ତ୍ରୀ ଭାବରେ ସେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି । ଏହା ସହିତ ୨୦୧୧-୧୩ରେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକ୍କି)ର ମହାସଚିବ ଭାବେ କାର୍ଯ୍ୟ କରିଛନ୍ତି ରାଜୀବ କୁମାର । ଭାରତୀୟ ଷ୍ଟେଟ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ୨ଟି କାର୍ଯ୍ୟକାଳ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ସେ କାମ କରି ସାରିଛନ୍ତି ।

Get real time updates directly on you device, subscribe now.