fbpx
BJD
BJD SKY
BJD SKY

ଦ୍ୱିତୀୟ ବିବାହ କଲେ ଟିନା ଡାବୀ, ରିସେପ୍ସନରେ ପିନ୍ଧିଲେ ଏମିତି ଲେହେଙ୍ଗା ବଲିଉଡ ସେଲିବ୍ରିଟି ପଡ଼ିବେ ପଛରେ

ରାଜସ୍ଥାନ: ଆଇଏଏସ୍ ଟିନା ଡାବି ଏବଂ ଆଇଏଏସ୍ ପ୍ରଦୀପ ଗାୱାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୟପୁରର ଏକ ତାରକା ହୋଟେଲରେ ଦୁହେଁ ବିବାହ କରିଛନ୍ତି । ଏହି ବିବାହରେ ଟିନା ଏବଂ ପ୍ରଦୀପ ଧଳା ପୋଷାକରେ ସାମ୍ନା ସାମ୍ନି ଠିଆ ହୋଇଥିବା ଦେଖାଯାଉଛନ୍ତି । ତେବେ ସବୁଠୁ ରୋଚକ କଥା ହେଉଛି ଯେ, ଏହି ସବୁ କାର୍ଯ୍ୟ ଭିମରାଓ ଆମ୍ବେଦକରଙ୍କ ଫଟୋ ଆଗରେ ହେଉଥିଲା ।

सिल्क साड़ी में नजर आईं टीना

ଫଟୋରେ ଦୁହିଁଙ୍କ ଗଳାରେ ଫୁଲର ମାଳା ପଡିଥିବାର ଦେଖାଯାଇଥିଲା । ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରି ଲୋକେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି ସମୟରେ କିଛି ଲୋକଙ୍କ ଧ୍ୟାନ ଅମ୍ବେଦକରଙ୍କ ଫଟୋ ଉପରେ ପଡିଥିଲା ।

टीना डाबी की शादी की फोटोज

ଟିନା ଡାବି ହେଉଛନ୍ତି ଦେଶର ପ୍ରଥମ ଦଳିତ ଆଇଏଏସ୍ ଟପ୍ପର । ୨୦୧୫ରେ ସେ ଆଇଏଏସ୍ ଟପ୍ପର ହେବା ପରଠୁ ହିଁ ସେ ଚର୍ଚ୍ଚାରେ ରହୁଛନ୍ତି । ଟିନା ଏକ ସାକ୍ଷାତକାରରେ ନିଜେ କହିଥିଲେ ଯେ, ସେ ଏବଂ ପ୍ରଦୀପ ଦୁହେଁ ଏସସି ବର୍ଗରୁ ଆସିଛନ୍ତି ।

शादी के बंधन में बंध चुके हैं

ଟିନାଙ୍କର ଏହା ଦ୍ୱିତୀୟ ବିବାହ । ଏହା ପୁର୍ବରୁ ସେ ୨୦୧୮ରେ ୨୦୧୫ ର ଦ୍ୱିତୀୟ ଟପ୍ପର ଅତହର ଅମିରଙ୍କ ସହିତ ବିବାହ କରିଥିଲେ । କିନ୍ତୁ ଦୁଇ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଏହା ପରେ ସେମାନେ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଏବେ ଟିନା ତାଙ୍କଠୁ ୧୩ ବର୍ଷ ବଡ଼ ପ୍ରଦୀପ ଗାୱାଣ୍ଡେଙ୍କ ସହିତ ବିବାହ କରିଛନ୍ତି ।

Get real time updates directly on you device, subscribe now.