fbpx
BJD
BJD SKY
BJD SKY

ଆଜିଠୁ ନୋଡାଲ ସେଣ୍ଟରରେ ପହଞ୍ଚିବ ମାଟ୍ରିକ ପ୍ରଶ୍ନପତ୍ର: ୨୯ ଆରମ୍ଭ ହେବ ଦଶମ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଦଶମ ଶ୍ରେଣୀ ସମେଟିଭ୍ ଆସେସ୍ମେଣ୍ଟ୍-୨ ତଥା ମାଟ୍ରିକ ପରୀକ୍ଷା ସହିତ ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ଏବଂ କରେସପେଣ୍ଡେଣ୍ଟ୍ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସେଥିପାଇଁ ଆଜିଠାରୁ ବୋର୍ଡ କାର୍ୟ୍ୟାଳୟରୁ ବାହାରି ବିଭିନ୍ନ ଜିଲ୍ଲାର ନୋଡାଲ୍ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର । ତେଣୁ ପ୍ରତ୍ୟେକ ଜିଲ୍ଲାରେ ମୋଟ ୩୧୫ଟି ନୋଡାଲ୍ ସେଣ୍ଟର ନିର୍ମାଣ କରାଯାଇଛି। ତେବେ ସେଣ୍ଟରଗୁଡିକରେ ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ଏସ୍ଓପି ଜାରି କରିଛି ବୋର୍ଡ କାର୍ୟ୍ୟାଳୟ ।

ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇ ମେ ୭ରେ ଶେଷ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ୨ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ ସମୟ ଦିଆଯିବ। ୮୦ ମାର୍କ ବିଶିଷ୍ଟ ପରୀକ୍ଷାରେ ୫୦ ମାର୍କ ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ ରହିବ । ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟରେ ମୋଟ ୩ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତ ବର୍ଷ ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ କୌଣସି କାରଣରୁ ପିଲାମାନେ ନିଜ ସ୍କୁଲରେ ନଦେଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ।

Get real time updates directly on you device, subscribe now.