fbpx
BJD
BJD SKY
BJD SKY

ପୁଣି ବଢ଼ିବ ତାତି, ରାଜ୍ୟର ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ପ୍ରବଳ ଖରାରେ ସିଝୁଛି ଓଡ଼ିଶା । ଆହୁରି କଲବଲ କରିବ ପ୍ରଚଣ୍ଡ ରୋଦ୍ରା ତାପ। ଆଜି  ଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଭଳି ଗରମ ପାଗ ୨ରୁ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି।

ଶୁକ୍ରବାର ଭୁବନେଶ୍ୱରରେ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ରାଜଧାନୀରେ ଖରାର ପ୍ରଭାବ କମ ଥିଲା । ସକାଳୁ ପାଗ ମେଘୁଆ ଥିଲା । କିନ୍ତୁ ସକାଳ ୧୦ଟା ପରେ ତାପମାତ୍ରା ବଢ଼ିଥିଲା । ଦିନ ସମୟର ତାପମାତ୍ରା ଲୋକଙ୍କୁ ଅଧିକ ଅସ୍ତବ୍ୟସ୍ତ କରିପକାଇଥିଲା । ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଥିଲା । ମଧ୍ୟାହ୍ନ ପରେ ରାସ୍ତା ବଜାର ଖାଁ ଖାଁ ଲାଗୁଥିଲା । ସନ୍ଧ୍ୟା ୫ଟା ପରେ ମଧ୍ୟ ଭୁବନେଶ୍ୱରରେ ଗରମ ପବନ ପ୍ରବାହିତ ହେଉଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶୁକ୍ରବାର ବୌଦ୍ଧ ଏବଂ ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ ହୋଇଛି । ତେବେ ରାଜଧାନୀକୁ ଛଡ଼ା ରାଜ୍ୟର ଅନ୍ୟାନ୍ୟ ସହରଗୁଡିକର ତାପମାତ୍ରା ଗତ କିଛି ଦିନ ଅପେକ୍ଷା କମ୍‌ ରହିଛି ।

Get real time updates directly on you device, subscribe now.