fbpx

ଔଷଧ ନାମରେ ଆପଣ ମଧ୍ୟ ନେଉଛନ୍ତି କି ବିଷ ? ନକଲି ଔଷଧ ନିର୍ମାତାଙ୍କ ବିରୋଧରେ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ , ୧୮ଟି ଫାର୍ମା କମ୍ପାନୀ..

ନୂଆଦିଲ୍ଲୀ: ସବୁଠାରେ ଏବେ ନକଲି କାରବାର ଦେଖିବାକୁ ମିଳୁଛି। ଏହା ଭିତରେ ଏବେ ନକଲି ମେଡ଼ିସିନ ମଧ୍ୟ ତାର ଚେର ଲମ୍ବେଇଛି । ୨୦ ଟି ରାଜ୍ୟରୁ ୭୬ ଟି କମ୍ପାନୀ ସମୀକ୍ଷା କରିବା ପରେ ଭାରତୀୟ ଔଷଧ ନିୟାମକ ସଂସ୍ଥା ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜି) ୧୮ ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଗୁରୁବାର ଦିନ ସରକାରୀ ସୂତ୍ରରୁ ଏହା ବିଷୟରେ ସୂଚନା ଦେଇଛି। ଏଏନଆଇ ର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ନକଲି ଔଷଧ ତିଆରି ମାମଲାରେ ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନରେ ହିମାଚଳ ପ୍ରଦେଶର ୭୦ ଟି ଫାର୍ମା କମ୍ପାନୀ, ଉତ୍ତରପ୍ରଦେଶର ୪୫ ଏବଂ ମଧ୍ୟପ୍ରଦେଶର ୨୩ ଟି ଅନ୍ତର୍ଭୁକ୍ତ।

ANI ଦ୍ୱାରା ମିଳିଥିବା ତାଲିକା ଅନୁଯାୟୀ, ଯେଉଁ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ପଞ୍ଜିକୃତ ହୋଇଛି । ଦେହରାଡୁନରେ ପଞ୍ଜୀକୃତ ହିମାଳୟ ମେଡିଟେକ୍ ପିଭି ଲିମିଟେଡ୍ର ଲାଇସେନ୍ସ ତୁରନ୍ତ ୩୦ ଡିସେମ୍ବର ୨୦୨୨ ରେ ସ୍ଥଗିତ ରଖାଯାଇଥିଲା ଏବଂ ଏହି କମ୍ପାନୀର ୧୨ ଟି ଉତ୍ପାଦ ଉତ୍ପାଦନ ପାଇଁ ଅନୁମତି ମଧ୍ୟ ଚଳିତ ବର୍ଷ ଫେବୃଆରୀ ୭ ରେ ବାତିଲ କରାଯାଇଥିଲା।

ସୂଚନାମୁତାବକ ନିମ୍ନମାନର ଔଷଧ ପ୍ରସ୍ତୁତ କରିବା ପଡ଼ିଛି ମହଙ୍ଗା । ଏହି କାରଣ ପାଇଁ ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରାଯାଇଛି । ଏଥିସହିତ ଏହି କମ୍ପାନୀମାନଙ୍କୁ ଔଷଧ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.