fbpx

କ୍ୱିଣ୍ଟନ୍ ଡିକକଙ୍କ ଶତକ: ଭାରତ ଆଗରେ ୨୮୮ ରନର ଟାର୍ଗେଟ୍

ନୂଆଦିଲ୍ଲୀ: ଓପ୍ନର କ୍ୱିଣ୍ଟନ ଡିକକଙ୍କ ଶତକ ସହାୟତାରେ ୨୮୭ ରନରେ ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଭାରତକୁ ତୃତୀୟ ଓଭରରେ ମିଳିଥିଲା ପ୍ରଥମ ସଫଳତା । ତେବେ ରାଶି ଭାନ ଦେର ଦୁସେନ(୫୨) ଏବଂ ଡି କକ୍(୧୨୪) ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲେ ହେଁ ଶେଷ ଆଡକୁ ମିଲର ଓ ପ୍ରିଟୋରିୟସ ଭଲ ବ୍ୟାଟିଂ କରି ଦଳୀୟ ସ୍କୋର ୨୮୦ ପାର କରାଇଥିଲେ ।

ଦଳ ୭୦ ରନରେ ୩ ୱିକେଟ ହରାଇଥିଲେ ହେଁ ଡି କକ୍(୧୨୪) ଓ ଭାନ ଦେର ଦୁଶେନଙ୍କ ମଧ୍ୟରେ ୧୪୪ ରନର ପାର୍ଟନରଶିପ ହୋଇଥିଲା । ୨୧୪ ରନର ଦଳୀୟ ସ୍କୋରରେ ଡିକକଙ୍କୁ ଆଉଟ କରିଥିଲେ ବୁମରା । ଆଉଟ ହେବା ପୂର୍ବରୁ ଡି କକ୍ ୧୩୦ ବଲ ଖେଳି ୧୨ଟି ଚୌକା ଓ ୨ଟି ଛକା ମାରିଥିଲେ । ଚମକ୍ରାର ଫର୍ମ ବଜାୟ ରଖି ଭାନ ଦେର ଦୁସେନ ୫୯ ବଲ ଖେଳି ୪ ଚୌକା ଓ ଗୋଟିଏ ଛକ୍କା ୍ୱମାରିଥିଲେ । ଭାରତ ଏହି ମ୍ୟାଚରେ ୪ଟି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଥିଲା । ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଦୀପକ ଚହର ଓ ଜସପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.