ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ତାଙ୍କରି ପଥ ଆପଣେଇଲେ ପତ୍ନୀ, ଚିଠିରେ ଲେଖିଦେଲେ ଅକୁହା କାହାଣୀ

ଆଗ୍ରା: ଏକ ସେନା ଦମ୍ପତିଙ୍କ ଅଧୁରା ପ୍ରେମ କାହାଣୀ । କୌଣସି କାରଣରୁ ସ୍ୱାମୀଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା । ଦୁଇ ବର୍ଷର ଦାମ୍ପତିର ସବୁ ବନ୍ଧନକୁ ତୁଟାଇ ଜୀବନ ହାରିଲେ । ଏହି ଖବର ପତ୍ନୀ ପାଇବା ପରେ ସେ ମଧ୍ୟ ସ୍ବାମୀଙ୍କ ପଥରେ ଚାଲିଗଲେ । ପଛରେ ଛାଡିଦେଇ ଗଲେ ଶେଷ ଇଛା । ହାତ ଧରି ସଂସାର କରିବାକୁ ପଣ କରିଥିଲୁ । ତାହା ତ ହେଲାନି । ଆମେ ପରସ୍ପରଠାରୁ ଦୂରରେ ଜୀବନ ହାରୁଥିଲେ ମଧ୍ୟ ଏକା ସାଙ୍ଗରେ ଆମ ଚିତା ଜଳିବ ।

ସୂଚନା ମୁତାବକ, ବିହାରର ଦୀନଦୟାଲ ବାୟୁସେନାରେ କାମ କରୁଥିବା ବେଳେ ପତ୍ନୀ ରେଣୁ ସେହି ସେନାରେ ଚାକିରି କରୁଥିଲେ । ଉଭୟ ୨୦୨୨ରେ ପ୍ରେମ ବିବାହ କରିଥିଲେ । ଜଣେ ଆଗ୍ରାରେ ପୋଷ୍ଟିଂ ହୋଇଥିବା ବେଳେ ଜଣଙ୍କ ପୋଷ୍ଟିଂ ଥିଲା ୨୪୦ କିମି ଦୂରରେ ଦିଲ୍ଲୀରେ । କିନ୍ତୁ ଗତ ସୋମବାର ଦୀନଦୟାଲ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଦୀନଦୟାଲଙ୍କ ମୃତ୍ୟୁ ଖବର ପାଇବା ପରେ ମଙ୍ଗଳବାର ରାତିରେ ରେଣୁ ମଧ୍ୟ ସମାନ ପନ୍ଥା ଆପଣେଇ ନେଇଥିଲେ ।

ରେଣୁଙ୍କ ମୃତଦେହ ନିକଟରୁ ଏକ ଚିଠି ପୋଲିସ ଜବତ କରିଛି । ଏହି ଚିଠିରେ ରେଣୁ ଲେଖିଛନ୍ତି, ସାଙ୍ଗ ହୋଇ ସଂସାର ଗଢିବାକୁ ଶପଥ ନେଇଥିଲୁ, ହେଲେ ପରସ୍ପରଠାରୁ ଦୂରରେ ଦୁନିଆ ଛାଡୁଛୁ । କିନ୍ତୁ ଆମ ହାତରେ ହାତ ଛନ୍ଦି ଆମ ଦୁଇଜଣଙ୍କୁ ବିଦା କରିବ । ଗୋଟିଏ ଜୁଇରେ ଆମର ସଂସ୍କାର କରିବ ବୋଲି ରେଣୁ ଲେଖିଛନ୍ତି । ଏହି ରେଣୁଙ୍କର ସ୍ୱାମୀଙ୍କ ପ୍ରତି ଥିବା ଗଭୀର ପ୍ରମ ନିକଟରେ ଚିଠି ପଢୁଥିବା ଅଧିକାରୀଙ୍କ ମୁଣ୍ଡ ନଇଁ ଯାଇଥିଲା ।
ତେବେ ଏକ ଶିକ୍ଷିତ, ସ୍ୱାବଲମ୍ବୀ ଦମ୍ପତି ଏମିତି କଠୋର ପଦକ୍ଷେପ କାହିଁକି ନେଲେ, ତାହା ଜଣାପଡିନାହିଁ । ପୋଲିସ ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.