fbpx
BSKY SKY
BSKY SKY

ଶବକୁ ମିଳୁନି ଶ୍ମସାନ: ୪ ଦିନ ଧରି ହସ୍ପିଟାଲ ବାରଣ୍ଡାରେ ପଡିଛି ମୃତ ଶରୀର

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଁ ଶବ କହୁଛୁ । ମୋତେ ଟିକେ ଯାଗା ଦିଅ । ଆଉ କିଛି କାଠ ଏବଂ ଟିକିଏ ନିଆଁ ଦେଇ ବିଦାୟ ଦିଅ ମୋତେ । ଆଉ କେତେ କଷ୍ଟ ସହିବି ମୁଁ । ବଂଚିଥିବା ବେଳର କଷ୍ଟ ଠାରୁ ବଳିପଡିଲା ମୃତ୍ୟୁ ବେଳର କଷ୍ଟ । ଛିନଭିନ ହୋଇଗଲା ଶରୀର । ୪ଦିନ ହେଲା ଏପରି ପଲିଥିନରେ ଗୁଡା ହୋଇ ମୁଁ ପଡି ରହିଛି । ଆତ୍ମା ତ ପର କଲା ମୋତେ ହେଲେ ଏବେ ଶରୀର । ଶରୀର ବି ଦୂରେଇ ଯିବାକୁ ବସିଲା । ଏମିତି ପଚିି ଷଢ଼ୀ ଦୁର୍ଗନ୍ଧ ବାହାରିଲିଣି ମୁଁ । ଭାରି କଷ୍ଟ ହେଉଛି ମୋତେ ଲୋକେ ବି ପାଖ ମାଡୁ ନାହାଁନ୍ତି । ଏମିତି ଦୟନୀୟ ଅବସ୍ଥାରେ ହସ୍ପିଟାଲ ବାରଣ୍ଡାରେ ପଡି ରହି ସ୍ମଶାନ ଖୋଜୁଛି ଶବ ।

ହସ୍ପିଟାଲ ବାରଣ୍ଡାରେ, ଷ୍ଟ୍ରେଚର ଉପରେ ଆଉ ନେଳିଆ ପଲିଥିନ ଗୁଡା ହୋଇ ଥୁଆ ହୋଇଛି ଶବ । ଆଉ ଖୋଜୁଛି ସ୍ମାଶାନ ଯିବାକୁ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ । ଏ ଦୃଶ୍ୟ ଦେଖି ପ୍ରଶ୍ନ ଉଠୁଛି ଶବକୁ ଏ କି ପ୍ରୟକାର ସମ୍ମାନ? ସୂଚନାନୁସାରେ ଡାବୁଗାଁ- ଉମରକୋଟ ୩୯ ନମ୍ବର ରାଜ୍ୟ ରାଜପଥ ଚାଡିଗୁଡା ଛକରେ ଏକ ଅଜଣା ଗାଡି ଧକ୍କାରେ ୪ ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତି ଜଣକ ହେଲେ ବ୍ୟକ୍ତି ଜଣଙ୍କ ହେଲେ ନୟାଗଡ ଜିଲ୍ଲା ସିନୁରାଇ ଗ୍ରାମର ତ୍ରିନାଥ ଜେନା । ତେବେ ଶବ ବ୍ୟବଚ୍ଛେଦ ପରେ ଡାବୁଗାଁ ମେଡିକାଲରେ କୌଣସି ଶବ ଗୃହ ନଥିବାରୁ ୪ ଦିନ ହେବ ତାଙ୍କ ଶବ ସେଭଳି ହସ୍ପିଟାଲ ବାରଣ୍ଡାରେ ପଡିରହିଛି । ଏପରିକି ଶବରୁ ବର୍ତ୍ତମାନ ଦୁର୍ଗନ୍ଧ ବାହାରୁ ଥିଲେ ସୁଦ୍ଧା ପରିବାର ବର୍ଗ ସେଠାକୁ ଆସିନାହାଁନ୍ତି । ଏନେଇ ଡାବୁଗାଁ ପୋଲିସ କେସ ନଂ ୨୦୩/୨୧ ରେ ଏକ ମାମଲା ରୁଜୁ କରିଛି । ଗୋଟିଏ ପଟେ ଶବରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଅନ୍ୟ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ପ୍ରଶାସନ ସବୁ ଜାଣିଥିଲେ ସୁଦ୍ଧା ନୀରବଦ୍ରଷ୍ଟା ସାଜିଛି ।

Get real time updates directly on you device, subscribe now.