fbpx

ଜଜ୍ ସାହେବ ଭଗବାନ, ସେ ହିଁ ମତେ ନ୍ୟାୟ ଦେବେ: ଦେଖନ୍ତୁ ତପସ୍ୱିନୀଙ୍କ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସଙ୍କ ଶ୍ୱଶୁର ଘର ସମ୍ମୁଖରେ ଆନ୍ଦୋଳନକୁ ସପ୍ତାହେ ବିତି ସାରିଲାଣି । ଆସନ୍ତା କାଲି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଶୁଣାଣି ପୂର୍ବରୁ କୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଯିବ ବୋଲି କହିଛନ୍ତି ତପସ୍ୱିନୀ ଦାସ । ଭଗବାନଙ୍କ ଉପରେ ଆମର ଭରସା ଅଛି । ତେବେ ଭଗବାନ ତଳେ ନାହାନ୍ତି, ଜଜ୍ ସାହେବ ଆମ ପାଇଁ ଭଗବାନ ଏବଂ ସେ ଆମକୁ ନ୍ୟାୟ ଦେବେ ବୋଲି କହିଛନ୍ତି ତପସ୍ୱିନୀ ।

ଏହା ସହିତ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ ମଧ୍ୟ ସମାନ ମତ ରଖିଛନ୍ତି । ପ୍ରମିଳା କହିଛନ୍ତି ଆଇନଗତ ପ୍ରକ୍ରିୟା ଉପରେ ଆମର ଭରସା ରହିଛି । ମୋ ଝିଅ ଗତକାଲି ଖୁସିରେ କୋର୍ଟରୁ ଫେରିବା ନେଇ ଆମେ ଆଶା କରୁଛୁ । ସେହିପରି ଭାବରେ ଗତ ଥର ଭଳି କୋର୍ଟ ତାଙ୍କୁ କନ୍ଦାଇବେ ନାହିଁ ବୋଲି କହିଛନ୍ତି ତପସ୍ୱିନୀ । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.