fbpx

ଆଜି ଶେଷ ସମୟ, ଦାଖଲ କରିବାକୁ ହେବ ‘ନିର୍ବାଚନୀ ବଣ୍ଡ’ ତଥ୍ୟ: ଷ୍ଟେଟ ବ୍ୟାଙ୍କକୁ ‘ସୁପ୍ରିମ’ ନିର୍ଦ୍ଦେଶ

ନୂଆଦିଲ୍ଲୀ: ‘ନିର୍ବାଚନୀ ବଣ୍ଡ’କୁ ନେଇ ଷ୍ଟେଟ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ‘ନିର୍ବାଚନୀ ବଣ୍ଡ’ର ସମସ୍ତ ତଥ୍ୟ ଦାଖଲ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ରହିଛି । ଆଜି ତଥ୍ୟ ନ ଦେଲେ ଅଦାଲତଙ୍କ ଅବମାନନା ବୋଲି ବିଚାର କରାଯିବ ଏବଂ ଏ ନେଇ ମାମଲା ହେବା ନେଇ ଚେତାବନୀ ଦିଆଯାଇଛି । ଏହାସହିତ ଇସିଙ୍କୁ ମଧ୍ୟ ୱେବସାଇଟରେ ତଥ୍ୟ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ ଅଦାଲତ ।

ଏହି ତଥ୍ୟ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିବା ସହ ଆଜି ସନ୍ଧ୍ୟା ସୁଦ୍ଧା ଡାଟା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଷ୍ଟେଟବ୍ୟାଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଏଡିଆର ମଧ୍ୟ ଏହି ଆବେଦନକୁ ବିରୋଧ କରିଛନ୍ତି । ଗତ ଫେବୃଆରୀ ୧୫ ତାରିଖରେ ଷ୍ଟେଟ ବ୍ୟାଙ୍କର ନିର୍ବାଚନୀ ବଣ୍ଡକୁ ରଦ୍ଦ କରାଯାଇଥିଲା ।

Get real time updates directly on you device, subscribe now.