fbpx

Video: ରସିକିଆ ଡାକ୍ତରବାବୁଙ୍କ କଳା କାରନାମା, ରସିକିଆପଣ ଯୋଗୁଁ କୋଳଶୂନ୍ୟ ହୋଇଗଲେ ମହିଳା

ମେଡିକାଲରେ ସେବା ଆଳରେ ଡାକ୍ତରଙ୍କ ଅସଦାଚରଣ । ମହିଳା ରୋଗୀଙ୍କ ଉପରେ ଥିଲା ଡାକ୍ତରଙ୍କ ଲୋଲୁପ ଦୃଷ୍ଟି, ଯେଉଁଥିପାଇଁ ଜଣେ ମହିଳା ହୋଇଯାଇଛନ୍ତି କୋଳଶୂନ୍ୟ । ମହିଳାଙ୍କୁ ଅସଦାଚରଣ ସହ ଚିକିତ୍ସା ଅଭାବରୁ ମହିଳାଙ୍କ ଶିଶୁ ପୁତ୍ରର ମୃତ୍ୟୁ ହେବା ନେଇ ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ନରୋତ୍ତମ ରଥ ଯଶୀପୁର ଥାନା ନେବଦା ଗ୍ରାମର ଜଣେ ମହିଳାଙ୍କୁ ଚିକିତ୍ସା ଆଳରେ ଅସଦାଚରଣ କରୁଥିଲେ । ସରକାରୀ ଡାକ୍ତରଖାନା ହୋଇ ମଧ୍ୟ ଡାକ୍ତର ବାବୁ ଫିସ୍ ନେଉଥିଲେ । ଆଉ ବାରମ୍ବାର ମହିଳାଙ୍କୁ ଅସଦାଚରଣ କରୁଥିଲେ ।

ଏଥିରେ ମହିଳା ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କ ଚିକିତ୍ସାରେ ଅବହେଳା କରିଥିଲେ । ଯାହା ଫଳରେ ତାଙ୍କର ଜନ୍ମିତ ଶିଶୁ ସନ୍ତାନର ମୃତ୍ୟୁ ହୋଇଥିବା ନେଇ ହିଳା ଜଣକ ଗୁରୁତର ଅଭିଯୋଗ ଆଣଛନ୍ତି ।ମହିଳା ପ୍ରତିବାଦ କରିବାରୁ ଡାକ୍ତର ରାଗ ରଖି ତାଙ୍କ ଛୁଆକୁ ଅବହେଳା କରି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ଯଶୀପୁର ଥାନାରେ ସେ ଏକ ଲିଖିତ ଏତଲା ଦେଇଛନ୍ତି । ସେପଟେ ଏ ଘଟଣା ବିଷୟରେ ଡାକ୍ତର ଜଣକ ଜାଣି ନଥିବା କହି କଥାକୁ ଏଡେଇ ଦେଇଛନ୍ତି । ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଡାକ୍ତରଙ୍କୁ ପଚରାଉଚରା କରୁଛି ଯଶୀପୁର ପୋଲିସ ।

Get real time updates directly on you device, subscribe now.