fbpx

ପାରାଦ୍ଵୀପରେ ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ ହାର: ତିନି ଦିନରେ ଗଲାଣି ୫ ନିରୀହ ଜୀବନ

ପାରାଦ୍ଵୀପ: ପାରାଦ୍ଵୀପ ଗତ ତିନିଦିନ ରେ ବନ୍ଦର ନଗରୀ ପାରାଦ୍ଵୀପ ରେ ଦୂର୍ଘଟଣାରେ ଗଲାଣି ୫ ଜଣଙ୍କ ଜୀବନ। ଅସାବଧାନତା ଓ ଡ୍ରାଇଭର ମାନେ ମଦ୍ୟପାନ କରି ଗାଡି ଚାଳନା ହିଁ ଏହି ଦୂର୍ଘଟଣାର ମୁଳ କାରଣ ପାଲଟିଛି। ସାମାନ୍ଯ ଅବହେଳା ଓ ଅସାବଧାନତା ଯୋଗୁ ଚାଲିଯାଉଛି ମୂଲ୍ଯବାନ ଜୀବନ ଏବଂ ଉଜୁଡି ଯାଉଛି ପରିବାର। ଗତ ବୁଧବାର ଦିନ ଅଠରବାଙ୍କି ଟ୍ରାଫିକ ପୋଷ୍ଟ ନିକଟରେ ପାରାଦ୍ଵୀପ ବନ୍ଦର ରେ କାର୍ଯ୍ୟରତ ଜୟରାମ ପୂର୍ତ୍ତି ଓ ତାଙ୍କ ସ୍ତ୍ରୀ ସ୍କୁଟିରେ ଯାଉଥିବା ବେଳେ ତାଙ୍କ ଉପରେ ଏକ ଟ୍ରକ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜୟରାମ ଙ୍କ ସ୍ତ୍ରୀ ଗୋଲାପ ପୂର୍ତ୍ତି ଙ୍କର ମୃତ୍ୟୁ ହୋଇଥିଲା ଏବଂ ଜୟରାମ ଗୁରୁତର ଆହତ ହୋଇଥିଲେ।

ସେହିପରି ଗୁରୁବାର ସକାଳେ ୧୫ ନମ୍ବର ଛକ ନିକଟରେ ବାଇକ ରେ ଯାଉଥିବା କେନ୍ଦ୍ରାପଡା ଜିଲ୍ଲା ପାଟୁଳିପଙ୍କ ଗ୍ରାମର ପ୍ରଭାକର ଭୋଳ ଓ ଛନ୍ଦା ଗ୍ରାମର ଜିତେନ୍ଦ୍ର ପାଳଙ୍କ ଏକ ହାଇୱା ମାଡିଯିବାରୁ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗୁରୁବାର ରାତିରେ ବାଉରିଆ ପାଳନ୍ଦା ବସ୍ତିର ଧନୋଜ ମଲ୍ଲିକ ଘରକୁ ଫେରୁଥିବା ବେଳେ ଟର୍ମିନାଲ ନିକଟରେ ଏକ ତେଲ ଟ୍ୟାଙ୍କର ତାଙ୍କୁ ଧକ୍କା ଦେବା ସହିତ ବାଇକ କୁ ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ତେଲ ଟ୍ୟାଙ୍କର। ତେବେ ବାଇକ ରୁ ଛିଟିକି ପଡି ଗୁରତର ହୋଇଥିବା ଧନୋଜଙ୍କୁ କଟକ ନେବା ବାଟରେ ମୃତ୍ୟୁ ହୋଇଥିଲା। ସେହିପରି ଶୁକ୍ରବାର ସକାଳେ ବିଶ୍ବାଳି ଗଡା ନିକଟରେ ବିଶ୍ବାଳ ତ୍ରିନାଥ ପଡାର ସୁନାକର ସିଂ ଏକ ସାଇକେଲ ରେ ଯାଉଥିବା ବେଳେ ଏକ ତେଲ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ସୁନାକରଙ୍କର ମୃତ୍ୟୁ ହୋଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ସବୁ ଦୂର୍ଘଟଣାରେ ସମ୍ପୃକ୍ତ ଗାଡି ଓ ଡ୍ରାଇଭର କୁ ପୋଲିସ ନିଜ ହେପାଜତକୁ ନେଇଛି। ମାତ୍ର ଅକାଳରେ ଝଡିପଡିଥିବା ଏହି ପରିବାର ଏବେ ବେସାହାରା ହୋଇପଡିଛନ୍ତି। ପୋଲିସ କେବଳ ଗାଡି ଜବତ କରିବା ଏବଂ ଡ୍ରାଇଭର କୁ ଗିରଫ କରି କୋର୍ଟଚାଲାଣ କରିବା ପରେ ନିଜର କର୍ତ୍ତବ୍ଯ ସାରିଦେଉଛି। ଯାହା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାସ୍ତାକୁ ବାହାରିବାକୁ ଲୋକେ ଭୟ କରୁଥିବା ବେଳେ ପୋଲିସ ଦୃତଗତି ରେ ଯାଉଥିବା ଗାଡି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହେଉଛି ନା ମଦ୍ୟପ ଡ୍ରାଇଭର ଙ୍କ ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହେଉଛି। କେବଳ ସ୍ଥାନୀୟ ଲୋକେ ଭଗବାନଙ୍କ ଭରଷାରେ ହିଁ ରହିବା ସାର ହେଉଛି।

Get real time updates directly on you device, subscribe now.