fbpx
BSKY
BJD SHG SKY
BJD MC SKY

ମ୍ୟାଚ ପରେ Girlfriendକୁ ପ୍ରପୋଜ କଲେ ଏହି ଖେଳାଳି; ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଳୀ: ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ସମୟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଭାରତୀୟ ଦଳର ଯୁବ ପେସ ବୋଲର ଦୀପକ ଚହର ମ୍ୟାଚ ସମାପ୍ତ ହେବା ପରେ ନିଜର ଦୀର୍ଘଦିନର ପ୍ରେମିକାକୁ ପ୍ରପୋଜ କରିଥିଲେ । ଆଇପିଏଲର ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୬ ୱିକେଟରେ ପରାଜିତ ହୋଇଥିଲା । ଏପରିକି ୪ ଓଭରରେ ୪୮ ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଚହର ।
ମାତ୍ର ମ୍ୟାଚ ଶେଷ ହେବାର ଠିକ୍ ପରେ ଦର୍ଶକ ଷ୍ଟାଣ୍ଡରେ ବସିଥିବା ନିଜର ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ ଚହର । ଏପରିକି ତାଙ୍କ ପ୍ରେମିକା ଦୀପକଙ୍କ ପ୍ରପୋଜାଲକୁ ଗ୍ରହଣ ମଧ୍ୟ କରିଥିଲେ । ପ୍ରପୋଜ କରିବା ସମୟର ଭିଡିଓକୁ ଦୀପକ ନିଗଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିବାପରେ ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Deepak Chahar (@deepak_chahar9)

Get real time updates directly on you device, subscribe now.