fbpx

PFRDAର ନୂଆ ଅଧ୍ୟକ୍ଷ ହେଲେ ଦୀପକ ମହାନ୍ତି

ଆଦିଲ୍ଲୀ: ପେନସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଅରଡିଏ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ଦୀପକ ମହାନ୍ତି । ଏହା ପୂର୍ବରୁ ଦୀପକ ପିଏଫଆରଡିଏର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତେବେ ଦୀପକଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ୧୯୯୩ ବ୍ୟାଚର ଭାରତୀୟ ଅର୍ଥନୀତି ସେବା ଅଧିକାରୀ ମମତା ଶଙ୍କରଙ୍କୁ ପିଏଫଆରଡିଏର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।

ଦୀପକ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଦୀପକଙ୍କ ପୂର୍ବରୁ ସୁପ୍ରତିମ ବନ୍ଦୋପାଧ୍ୟାୟ ପିଏଫଆରଡିଏର ଅଧ୍ୟକ୍ଷ ପଦରେ ରହିଥିଲେ । ଗତ ଜାନୁଆରୀ ମାସରେ ସୁପ୍ରତିମଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ଦୁଇ ମାସ ଧରି ଏହି ପଦ ଖାଲି ପଡ଼ିବା ପରେ କେନ୍ଦ୍ର ସରକାର ଏବେ ଦୀପକଙ୍କୁ ଏହାର ଦାୟିତ୍ୱ ଦେଇଛନ୍ତ । ଏନେଇ କେନ୍ଦ୍ର ସରକରାଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି, ପିଏଫଆରଡିଏର ପୂର୍ବତନ ଫୁଲ ଟାଇମ୍ ମେମ୍ବର ଦୀପକଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏହା ପୂର୍ବରୁ ଶ୍ରୀ ମହାନ୍ତି ଆରବିଆଇର କାର୍ଯ୍ୟକାରୀ ନିର୍ଦ୍ଦେକ ଭାବେ କାର୍ଯ୍ୟ କରିଥିଲେ । ଗତ ୨୦୨୦ରେ ଦୀପକଙ୍କୁ ୩ ବର୍ଷ ପାଇଁ ପିଏଫଆରଡିଏର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ଅଧ୍ୟକ୍ଷ ପଦରେ ଦୀପକ ୬୫ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

Get real time updates directly on you device, subscribe now.