fbpx

ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ପ୍ରଥମ ମ୍ୟାଟରନିଟୀ ସୁଟ୍‌, ନକଲି ବେବି ବମ୍ପ ଗୁଜବକୁ ଦୂର କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ନିଜ ପ୍ରଥମ ଶିଶୁକୁ ସ୍ୱାଗତ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ଏହି ଲୋକପ୍ରିୟ ଦମ୍ପତ୍ତି ନିଜର ଆକର୍ଷଣୀୟ ଏବଂ ସୁନ୍ଦର ପ୍ରେଗ୍ନେସୀ ଫଟୋସୁଟ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଦୀପିକା-ରଣବୀରଙ୍କ ପ୍ରଥମ ମ୍ୟାଟରନିଟୀ ସୁଟରେ ତାଙ୍କର ସୁନ୍ଦର କେମେଷ୍ଟ୍ରୀ ଦେଖିବାକୁ ମିଳୁଛି। ଏହି ଫଟୋସୁଟ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ନିଜର ନକଲି ବେବି ବମ୍ପ ଗୁଜବକୁ ଖଣ୍ଡନ କରିଛନ୍ତି।

ବଲିଉଡ ଷ୍ଟାର୍ସ ଏବଂ ସେଲିବ୍ରିଟି କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ନିଜ ପ୍ରେଗ୍ନେସି ଫଟୋସୁଟର ଅନେକ ଫଟୋ ସେୟାର କରିଛନ୍ତି। ବ୍ଲାକ ଆନ୍‌ଡ ହ୍ୱାଇଟ ଫଟୋରେ ଏହି ସମ୍ପତ୍ତି ସୁନ୍ଦର ଦେଖାଯାଉଛନ୍ତି, ଯାହାକୁ ସେମାନେ ଡେନିମ ସହ ପେୟାର କରିଥିଲେ। ଫଟୋସୁଟର ଅନେକ ଫଟୋରେ ସେମାନେ ଏକ ଟ୍ରାନ୍ସପରେଣ୍ଟ ବ୍ଲାକ ଡ୍ରେସ ଏବଂ ବ୍ଲାକ ବଡିକନ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳୁଛି, ଯେଉଁଥିରେ ରଣବୀର ସିଂହ ଟି-ସାର୍ଟ ଏବଂ ଜିନ୍ସରେ କାଜୁଆଲ ଲୁକରେ ଦେଖାଯାଉଛନ୍ତି।

Get real time updates directly on you device, subscribe now.