fbpx

ପୁଣି ଇତିିହାସ ରଚିଲେ ଦୀପିକା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବରେ ହାସଲ କଲେ ଏହି ଉପଲବ୍ଧି

ନୂଆଦିଲ୍ଲୀ:ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଯେପରି ସୁନ୍ଦରୀ ସେହିପରି ଦକ୍ଷ କଳାକାର ମଧ୍ୟ । ଏହା ବ୍ୟତିତ ସେ ବହୁତ ବୁଦ୍ଧିମତୀ ମଧ୍ୟ । ଦୀପିକାଙ୍କ ଟ୍ୟାଲେଣ୍ଟ କେବଳ ବଲିଉଡ୍‌ରେ ସୀମିତ ହୋଇନାହିଁ ଏହା ହଲିଉଡ୍ ପର୍ଯ୍ୟନ୍ତ ମଧ୍ୟ ବିସ୍ତାରିତ ହୋଇସାରିଛି । ଏବେ ଦୀପିକା ପୁଣି ନିଜ ଟ୍ୟାଲେଣ୍ଟ ବଳରେ ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏବେ ଅଭିନେତ୍ରୀଙ୍କ ନାମରେ ପୁଣି ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଯାଇଛି ।

ନିକଟରେ ଏକାଡେମୀ ମ୍ୟୁଜିୟମ ଗାଲାର ଆୟୋଜନ କରାଯାଇଥିଲା । ଓସ୍କାର ପରେ ଏହା ବିଶ୍ୱର ସବୁଠାରୁ ବଡ ମଞ୍ଚ ଭାବରେ ପରିଚିତ । ଏହି ଇଭେଣ୍ଟରେ ବହୁ ହଲିଉଡ୍ ଅଭିନେତ୍ରୀ ରେଡ୍ କାର୍ପେଟ୍‌ରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ଇଭେଣ୍ଟରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ସାମିଲ ହୋଇଥିଲେ ।

ଏକାଡେମୀ ମ୍ୟୁଜିକ୍ ଗାଲାରେ ସାମିଲ ହେବାରେ ଦୀପିକା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ । ଏପରି କରି ସେ ପୁଣି ଥରେ ଦେଶର ନାମ ଗୌରବାନ୍ୱିତ କରିଛନ୍ତି । ଏହା ପୂର୍ବରୁ ଅଭିନେତ୍ରୀ ଚଳିତ ବର୍ଷ ଆରମ୍ଭରେ ଓସ୍କାରରେ ଭାରତୀୟ ସଙ୍ଗୀତକୁ ଉପସ୍ଥାପନ କରିବା ଲାଗି ମଞ୍ଚ ଉପରକୁ ଆସି ଇତିହାସ ରଚିଥିଲେ ।

Get real time updates directly on you device, subscribe now.