fbpx

ବାଜିରାଓମସ୍ତାନୀ ଙ୍କ ନୂଆ ବଙ୍ଗଳା, ମୂଲ୍ୟ ଜାଣିଲେ ହେଇଯିବେ କାବା

ମୁମ୍ବାଇ: ବଲିଉଡ ର ବାଜି ରାଓ ମସ୍ତାନୀଙ୍କ ମଧ୍ୟରେ ଯେଉଁ କେମେଷ୍ଟ୍ରି ରହିଛି ତାହାକୁ ନେଇ ସବୁ ବେଳେ ସେମାନେ ଚର୍ଚ୍ଚାରେ ରହି ଆସନ୍ତି । ତେବେ ପୁଣି ଥରେ ପ୍ରଶଂସକ ମାନଙ୍କର ଦୃଷ୍ଟି ଆକର୍ଷଣ କହିଛନ୍ତି ଏହି ଯୋଡି । ଆଉ ଏଥର ଚର୍ଚ୍ଚାରେ ରହିଛି ତାଙ୍କର ଆଲିଶାନ ବଙ୍ଗଳା । ନିକଟରେ ଏହି ଯୋଡି ଏକ ବିଳାଶପୂର୍ଣ୍ଣ ବଙ୍ଗଳା ଟିଏ କିଣିଥିଲେ । ବର୍ତ୍ତମାନ ସେ ଗୃହ ପ୍ରବେଶ କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଠାରେ ଉଭୟ ରଣବୀର ଆଉ ଦୀପିକା ଏକାଠି ବସିଥିବାର ଫଟୋ ରହିଛି । ଯାହା ସୂଚନା ମିଳୁଛି ଏହି ଗୃହ ପ୍ରବେଶ ପୂଜାରେ ଦୁଇ ଜଣ ଉପସ୍ଥିତ ଅଛନ୍ତି ।

ରଣବୀର ତାଙ୍କ ଇଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ଯେଉଥିରେ ଉଭୟ ଧଳା ରଙ୍ଗର ପୋଷାକ ପରିଧାନ କରିଛନ୍ତି । କିଛି ଫଟୋରେ ଦୀପିକା ରଣବୀର ହାତକୁ ଧରିଥିବା ଦେଖିବାକୁ ମିଳିଛି । ଆଉ ଗୋଟିଏ ଫଟୋରେ ଉଭୟ ଗେଟର ସମ୍ମୁଖରେ ଛିଡା ହୋଇଥିବାର ନଜର ଆସିଛନ୍ତି । ତେବେ ଏହି ଫଟୋ ଗୁଡିକରୁ ଯାହା ଦେଖିବାକୁ ମିଳୁଛି ନିଜର ନୂତନ ଘରକୁ ନେଇ ଏହି କଳାକାର ବହୁତ ଖୁସି ଅଛନ୍ତି ।
ଆପଣ ଏହି ବଙ୍ଗଳାର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏକ ରିପୋର୍ଟରେ ପ୍ରକାଶ କରାଯାଇଛି ଏହି ବଙ୍ଗଳାର ମୂଲ୍ୟ ୨୨ କୋଟି ଅଟେ ।

 

Get real time updates directly on you device, subscribe now.