fbpx

(Video) ସମ୍ବିଧାନର ଚତୁର୍ଥ ସ୍ତମ୍ଭକୁ ଅସମ୍ମାନ କଲେ ବିଧାୟକ: ଖବରକାଗଜ ଉପରେ ଛିଡ଼ାହୋଇ…

ଭୁବନେଶ୍ୱର: ନିକଟରେ ସାରା ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳିଥିଲା । ସେଦିନ ଅନେକ ବରିଷ୍ଠ ନେତା ମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ସାହାସୀ ଦେଶପ୍ରେମୀଙ୍କ ଗାଥା ଶୁଣାଇଥିଲେ । କିନ୍ତୁ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବିଧାୟକ ପତାକା ଉତ୍ତୋଳନ କରୁଥିବା ସମୟରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭକୁ ଅସମ୍ମାନ କରୁଥିବା ଦେଖିବାକୁ ମିଳିଛି । ଗୋଡ଼ରେ କାଦୁଅ ଲାଗିଯିବ ବୋଲି ସୁକିମାର ବିଧାୟକ ଜଣକ ଖବରକାଗଜ ଉପରେ ଛିଡ଼ା ହୋଇ ପତାକା ଉତ୍ତୋଳନ କରିଥିଲେ ।

ଭିଡିଓରେ ଦେଖିବାକୁ ମିଳୁଛି କି, ବିଧାୟକ ଜଣକ ଚପଲ ଖୋଲି ଜାତୀୟ ପତାକାକୁ ସମ୍ମାନ ଦେଲେ , କିନ୍ତୁ ଖବର କାଗଜ ଉପରେ ଛିଡ଼ା ହୋଇ ସମ୍ବିଧାନର ଚତୁର୍ଥ ସ୍ତମ୍ଭକୁ ପାଦ ତଳେ ଦଳି ମକଚିଦେଲେ । ଏ ଦୃଶ୍ୟ ହେଉଛି ଅଗଷ୍ଟ ୧୫ ସ୍ୱାଧୀନତା ଦିବସର ବୋଲି ଜଣାପଡିଛି । ସେଦିନ ଲଘୁଚାପ ବର୍ଷା ହୋଇଥିଲା । ଯେଉଁଥିପାଇଁ ପତକା ଉତ୍ତଳନ ସ୍ଥାନରେ କାଦୁଅ ଥିଲା । ଯେତେବେଳେ ବିଧାୟକ ବାବୁ ପତାକା ଉତ୍ତୋଳନ କରିବାକୁ ଆସିଥିଲେ ସେତେବେଳେ ବିଧାୟକଙ୍କ ପାଦତଳେ ମାଟି ଲାଗିଯିବ ବୋଲି ସମ୍ବିଧାନର ଚତୁର୍ଥ ସ୍ତମ୍ଭକୁ ପାଦତଳର ଚପଲ କରିଦେଲେ । ଧର୍ମଗଡ଼ ବିଧାୟକ ମୌସଧି ବାଗ ଏଭଳି କାମ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.