fbpx

ଏଆଇଏଫ୍‌ଏଫ୍‌ ସଭାପତି ପଦ ଦୌଡରେ ବାଇଚୁଙ୍ଗ ଭୂତିଆ

ନୂଆଦିଲ୍ଲୀ: ପୂର୍ବତନ ଜାତୀୟ ଫୁଟବଲ ଦଳ ଅଧିନାୟକ ବାଇଚୁଙ୍ଗ ଭୂତିଆ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ) କର୍ମକର୍ତ୍ତା ନିର୍ବାଚନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏଆଇଏଫଏଫର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣା ପଡିଛି । ମାତ୍ର ପୂର୍ବତନ ଭାରତୀୟ ଖେଳାଳି କଲ୍ୟାଣ ଚୌବେ ଏହି ପଦବୀ ପାଇଁ ଆଗରେ ଅଛନ୍ତି । ତେବେ ବାଇଚୁଙ୍ଗ ଭୂତିଆ ଏଥିାଇଁ ଅଗ୍ରହ ପ୍ରକାଶ କରିବା ପରେ ତାଙ୍କର ଦୀର୍ଘ କାଳୀନ ଜାତୀୟ ଟିମ ମେଟଦିକ ମଣ୍ଡଳ ପ୍ରସ୍ତାବକ ହୋଇ ଥିବା ବେଳେ ମଧୁ କୁମାରୀଙ୍କ ଦ୍ୱାରା ସେକଣ୍ଡେଡ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ ମଧୁ କୁମାରୀ ଜଣେ ସୁନାମ ଧନ୍ୟ ଖେଳାଳି ହୋଇ ଥିବା ବେଳେ ନିର୍ବାଚନ ପାଇଁ ଗଠିତ ଇଲେକ୍ରୋଟାଲ କଲେଜର ଅନ୍ୟତମ ସଦସ୍ୟା ଅଛନ୍ତି । ତେବେ ବାଇଚୁଙ୍ଗ ଭୂତିଆ ନାମାଙ୍କନ ପତ୍ର ଦାଖଲ କରିବା ପରେ କହିଛନ୍ତି ଯେ ସ୍ରୁିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଖେଳାଳି ଏହି ନିର୍ବାଚନରେ ଅଂଶ ବିଶେଷ ହେବା ସୁଯୋଗ ଥିବାରୁ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଇଛା ପ୍ରକାଶ କରିଛି । ତେଣୁ ଜଣେ ଭଲ ଖେଳାଳି ସହିତ ଭାରତୀୟ ଫୁଟବଲର ପ୍ରଶାସନିକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିାଦନ କରିବା ପାଇଁ ଲକ୍ଷ୍ୟ ରଖିଛି । ସେହିରି ଦିଲ୍ଲୀର ଫୁଟବଲ ଆସୋସିଏସନର ସଭାପତି ଶାଜି ପ୍ରଭାକରନ, ମେଘାଳୟର ପୂର୍ବତନ ଖେଳାଳି ଓ ପଶ୍ମିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅଜିତ ବାନାର୍ଜୀ ମଧ୍ୟ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Get real time updates directly on you device, subscribe now.