fbpx
BJD SKY
BJD SKY

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ଝାଡଖଣ୍ଡ ହାଇକୋର୍ଟ ପ୍ରତ୍ୟାଖ୍ୟାନ କଲେ ପିଟିସନ

BJD

ନୂଆଦିଲ୍ଲୀ: ଏହି ମାମଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଜଡ଼ିତ । ରାହୁଲ ଗାନ୍ଧୀ ନିମ୍ନ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ସମନ ଲାଗି ହାଇକୋର୍ଟରେ ପହଁଚିଥିଲେ । ଦୁଇ ପକ୍ଷର ଶୁଣାଣି ପରେ ଅଦାଲତରେ ନିଷ୍ପତ୍ତିକୁ ସୁରକ୍ଷିତ ରାଖାଯାଇଥିଲା । ତେବେ ବର୍ତ୍ତମାନ କୋର୍ଟ ପିଟିସନକୁ ନେଇ ରାୟ ପ୍ରଦାନ କରି ପ୍ରତ୍ୟାଖ୍ୟାନ କରିଛନ୍ତି ।

ଗତ ମାସରେ ଝାଡଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ପିଟିସନ ଶୁଣାଣି କରି ନିମ୍ନ ଅଦାଲତର ରେକର୍ଡ ମାଗିଥିଲେ । ପିଟିସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ରାହୁଲ ଗାନ୍ଧୀ କଥିତ ଆଧାରରେ ଅପମାନଜନକ ଟିପ୍ପଣୀ ଉପରେ ବିଜେପିର ଏକ କାର୍ଯ୍ୟକର୍ତ୍ତା ଦ୍ୱାରା ଦାଖଲ କରାଯାଥିବା ମାନହାନୀ ମାମଲାରେ ରାଞ୍ଚି ଜିଲ୍ଲା କୋର୍ଟ ପକ୍ଷରୁ ପାରିତ ହୋଇଥିବା ନିର୍ଦ୍ଦେଶକୁ ରଦ୍ଧ କରାଯିବାର ଦାବି କରାଯାଇଛି ।

 

Get real time updates directly on you device, subscribe now.