fbpx

ହରିଶ ରାୱତଙ୍କୁ ମନେଇଲେ ପ୍ରିୟଙ୍କା ଗାନ୍ଧୀ!: ବିଧାନସଭା ନିର୍ବାଚନ ପୂର୍ବରୁ ଟଳିଲା କଂଗ୍ରେସର ସଙ୍କଟ

Advertisement

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟ ଟଳି ଯାଇଛି । ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ମନେଇବାରେ ସଫଳ ହୋଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଦଳରେ ତାଙ୍କୁ ଉପଯୁକ୍ତ ଗୁରୁତ୍ୱ ମିଳୁ ନଥିବାନେଇ ଅଭିଯୋଗ କରିଥିଲେ । ବୁଧବାର ହରିଶ ରାୱତଙ୍କ ଲଏଭଳି ମନ୍ତବ୍ୟ ପରେ ଉତ୍ତରାଖଣ୍ଡ କଂଗ୍ରେସରେ ସଙ୍କଟମୟ ପରସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ଉତ୍ତରାଖଣ୍ଡର ଏକାଧିକ ନେତାଙ୍କୁ ଦିଲ୍ଲୀ ଡକା ଯାଇଥିଲା । ଏପରିକି କଂଗ୍ରେସ ହାଇକମାଣ୍ଡ ନିଜେ ହରିଶ ରାୱତଙ୍କ ସହିତ ଫୋନରେ କଥା ହୋଇଥିଲେ ।

ଉତ୍ତରାଖଣ୍ଡ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟର ମୁକାବିଲା କରିବା ପାଇଁ ସ୍ୱୟଂ ପ୍ରିୟଙ୍କା ଗାନ୍ଧୀ ପହଞ୍ଚିଥିଲେ । ପ୍ରିୟଙ୍କାଙ୍କ ସହିତ ବୈଠକ ପରେ ରାୱତ ଶାନ୍ତ ପଡିଥିବା କୁହାଯାଉଛି । ଏହା ସହିତ ରାୱତଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି । ଏହା ସହିତ ରାୱତଙ୍କୁ ବିରୋଧ କରୁଥିବା ପ୍ରୀତମ ସିଂ, ପ୍ରଦେଶ କଂଗ୍ରେସ ମୁଖ୍ୟ ଗଣେଷ ଗୋଦିୟାଲ ଏବଂ ରଞ୍ଜିତ ରାୱତଙ୍କ ଭଳି ନେତାଙ୍କୁ ଦିଲ୍ଳୀ ଡକାଯାଇଛି । ଶୁକ୍ରବାର ଦିନ ଏହି ନେତା ମାନେ ଦଳୀୟ ହାଇ କମାଣ୍ଡଙ୍କ ସହିତ ଆଲୋଚନା କରିବେ ।

Get real time updates directly on you device, subscribe now.