fbpx

ମନ୍ଦିର ସମ୍ପତିର ମାଲିକ ଭଗବାନ ହୋଇଥାନ୍ତି, ପୂଜାରି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯେକୌଣସି ମନ୍ଦିରରେ ଗଚ୍ଛିତ ଥିବା ସମ୍ପତିର ମାଲିକ ମନ୍ଦିରରେ ଅଧିଷ୍ଠିତ ଥିବା ଦେବତା ହୋଇଥାନ୍ତି । ସେଠାରେ ପୂଜା କରୁଥିବା ପୂଜାରି ନୁହେଁ । ଏପରି ଏକ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ । ମଧ୍ୟପ୍ରଦେଶର ଏକ ମନ୍ଦିର ମାମଲାରେ ଶୁଣାଣି କରିବା ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି ।

କୋର୍ଟ କହିଛନ୍ତି ଯେ, ପୂଜାରି ଓ ପ୍ରବନ୍ଧନ ସମିତି କେବଳ ମନ୍ଦିରର ସେବକ, ମାଲିକ ନୁହନ୍ତି । ସୁପ୍ରିମକୋର୍ଟ ଏହି ରାୟ କରିବା ସମୟରେ ଭୁ-ରାଜସ୍ୱ ରେକର୍ଡରୁ ପୂଜାରିଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ ସର୍କୁଲାରକୁ ସମର୍ଥନ କରି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ଏସ୍ ବୋପାନ୍ନା କହିଛନ୍ତି ଯେ ପୂଜାରି କେବଳ ସେହି ଜମିର ସୁରକ୍ଷାକାରୀ, ମାଲିକ ନୁହେଁ । ସେ କେବଳ ମାତ୍ର ଏକ ଭଡ଼ାଟିଆଙ୍କ ପରି । ଯିଏ ପୂଜାରି ହେବେ ସେ ମନ୍ଦିରର ମୁଖ୍ୟ ଦେବତା ଏବଂ ଅନ୍ୟ ଦେବତା ମାନଙ୍କ ଓ ପୂଜା କରିବା ସହିତ ଭୋଗ ରାଗ କରିବେ । ଏଥିସହିତ ମନ୍ଦିରା ନାମରେ ଥିବା ଜମି ବାଡ଼ିର ସୁରକ୍ଷା କଥା ସମ୍ଭାଳିବେ ।

ଏଥିସହିତ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଆଇନଗତ ମାନ୍ୟତା ପାଇଁ ଏବେଠାରୁ ପୂଜାରି ମାନଙ୍କ ନାମ ବଦଳରେ ଭୁ-ରେକର୍ଡ ରେ ଭୁସ୍ୱାମୀ ରୂପରେ ଦେବତାଙ୍କ ରହିବ । ଆଉ ପୂଜାରି ମାନଙ୍କ ନାମ ହଟାଇ ଦିଆଯିବ ।

Get real time updates directly on you device, subscribe now.