fbpx

ଚିଟଫଣ୍ଡ ଲିଙ୍କ ମାମଲାରେ ପୂର୍ବତନ ବିଧାୟକ ଗିରଫ

ବିଶାଖାପାଟଣା: ଚିଟଫଣ୍ଡ ଲିଙ୍କ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ଗିରଫ । ବିଶାଖାପାଟଣା ପଶ୍ଚିମ ଜୋନର ବିଧାୟକ ଥିବା ଏମ.ଭି ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବିଶାଖାପାଟଣାରୁ ପୂର୍ବତନ ବିଧାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲୁ । ପ୍ରସାଦଙ୍କ ଭାଇଜାଗ ଘରୁ ପ୍ରାୟ ୪୫ ଲକ୍ଷ ଟଙ୍କା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

ତେବେ ଏମ ଭି ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନୀ ନାଁରେ ୧୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦିରେ ଶତାଧିକ ହିତାଧିକାରୀଙ୍କ ଠାରୁ କମ୍ପାନୀ ଟଙ୍କା ଠକେଇ କରିଥିବାର ଅଭିଯୋଗ ରହିଛି । ୨୦୦୧ରେ ଏହି କମ୍ପାନୀ ବିଭିନ୍ନ ସ୍ଥାନରେ ଶାଖା ଖୋଲି ଟଙ୍କା ଆଦାୟ କରିଥିଲା । କିନ୍ତୁ ପରେ କମ୍ପାନୀ ଲୋକଙ୍କୁ ଟଙ୍କା ଫେରାଇନଥିବା ଅଭିଯୋଗ ହୋଇଥିଲା । ଗତକାଲି ସିଆଇଡି ଟିମ୍ ବିଶାଖାପାଟଣା ସ୍ଥିତ ଘରେ ଚଢ଼ାଉ କରିଥିଲା । ଓଡ଼ିଶାର ବିଭିନ୍ନ ଥାନାରେ ପ୍ରସାଦଙ୍କ ନାଁରେ ମାମଲା ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.