fbpx

କଣ କହୁଛି କାମଶାସ୍ତ୍ର :ନାରୀ ସ୍ଵଭାବ, ଗୁଣ ଓ ଚରିତ୍ର ସମ୍ୟକରେ ଜାଣନ୍ତୁ

ରତିରହସ୍ୟ ବା କାମଶାସ୍ତ୍ରରେ ପ୍ରେମ ଓ ତନ୍ତ୍ର ଈଶ୍ୱର ମାଗୌରୀ ଶଙ୍କର ଙ୍କୁ ପ୍ରଣାମ । ଉଭୟ ଏକ ଏବଂ ଅଭିନ୍ନ ।

 

୧.ପୁରୁଷ ପ୍ରକୃତି ଏକ ଭ୍ରମର ପରି , ଆଉ ନାରୀ ଫୁଲ ପରି । ଅର୍ଥାତ୍ ପୁରୁଷ କାମନା ଅନ୍ୱେଷଣ ରେ ମନରେ ଭ୍ରମଣ କରେ ଆଉ ନାରୀ ମଧୁ ପାତ୍ର ଧରି କେବଳ ଅପେକ୍ଷା କରେ ପ୍ରକୃତ ପୁରୁଷ ପାଇବା ପାଇଁ ଯିଏ ତା ଶରୀର ସହ ମନକୁ ବି ପ୍ରେମ କରିବ ।ଏଣୁ ନାରୀ ପାଖେ ଧର୍ଯ୍ୟ ଅଧିକ ଥାଏ ।

 

୨.କାମ, ଅର୍ଥ, ଧର୍ମ ଓ ମୋକ୍ଷ ହିନ୍ଦୁ ବିଚାର ଧାରା ମୂଳ ସ୍ରୋତ ଅଟେ । କାମ ପ୍ରବଣ ହୋଇ ମନୁଷ୍ୟ ଏହାକୁ ଚରିତାର୍ଥ କରିବାକୁ , ଅର୍ଥ ଖୋଜେ ଆଉ ଅର୍ଥ ରେ ଯେବେ କାମନା ତୃପ୍ତ ନହୁଏ ତେବେ ଧର୍ମ ଆଉ ମୋକ୍ଷ ମାର୍ଗ ଖୋଜେ ।

 

୩. ବିନା ନାରୀ ସଂସର୍ଗ ରେ ପୁରୁଷ କେବେ ସଂସାର ସାଗର ପାର ହୋଇ ପାରିବ ନାହିଁ । ଉପଯୁକ୍ତ ସାଥି ତାକୁ ନିଜକୁ ସନ୍ତୁଳନ କରିବା ରେ ସହାୟକ ହୋଇଥାଏ ।

 

୪. ପୁରୁଷ ନିଜ ପ୍ରକୃତି ନେଇ ଭିନ୍ନ ଆଉ ନାରୀ ମଧ୍ୟ ନିଜ ପ୍ରକୃତି ନେଇ ଭିନ୍ନ ଥାଆନ୍ତି ।

 

୫. ନାରୀ ଙ୍କୁ ତାଙ୍କ ପ୍ରକୃତି ନେଇ ୪ ଟି ଶ୍ରେଣୀରେ ଅବସ୍ଥିତ କରାଯାଇଥାଏ , ଯେପରି

କ. ପଦ୍ମିନୀ

ଖ. ଚିତ୍ରିଣୀ

ଗ. ସଂଖିନୀ

ଘ. ହସ୍ତିନୀ

 

୬. ପଦ୍ମିନୀ ଶ୍ରେଣୀଭୁକ୍ତ ନାରୀ କୁ ସର୍ବୋକୃଷ୍ଠ ତାଙ୍କ ଗୁଣ ପାଇଁ ବିବେଚନା କରା ଯାଇଥାଏ । ଏମାନେ ଶୁଭ୍ର ରଙ୍ଗ ବା ଧଳା ପସନ୍ଦ କରନ୍ତି । ଏମାନଙ୍କ କଥା ମାର୍ଜିତ ଆଉ , ସର୍ବଦା ଆତ୍ମ ସ୍ୱାଭିମାନ ସହ ଏମାନେ ବିଚରଣ କରନ୍ତି। ଶାନ୍ତ ସ୍ଵଭାବ ଆଉ ସବୁବେଳେ ସ୍ମିତହାସ୍ୟ ଧାରଣ କରନ୍ତି। ଶରୀର ଏବଂ ବକ୍ଷ ସୁ ସଂଗଠିତ ଥାଏ ଆଉ ହସ କଇଁ ଫୁଲ ପରି । ମସ୍ତକ ରେ ଚିନ୍ତା ରହିତ୍ ସୁବର୍ଣ୍ଣ ଆଭା ଦେଖା ଦିଏ । ପୁରୁଷ କୁ ଏମାନେ ଭାଗବତ ମାର୍ଗ ଦେଇ ପ୍ରେରିତ କରନ୍ତି । ପୁରୁଷ ପ୍ରତିଭା ଏମାଙ୍କ ଉପସ୍ଥିତି ରେ ନୂଆ ଦିଗବଳୟ ସ୍ପର୍ଶ କରେ । ଏମାନଙ୍କ ଉପସ୍ଥିତି ରେ ମନ ବିଚଳିତ ହୁଏନାହିଁ । ଏମାନେ କୌଣସି କଥା କୁ ଲଦି ଦିଅନ୍ତି ନାହିଁ । ଶରୀର ପ୍ରତିଟି ଅଙ୍ଗ ନିଖୁଣ ହୋଇ ଥାଏ । ପୂର୍ଣ୍ଣିମା ରାତି ରେ ଏମାନେ ଶାରୀରିକ ରୂପେ ଆକର୍ଷିତ ହୋଇଉଠନ୍ତି । କାମ ରେ ସଦାତୃପ ଆଉ ଜୀବନ କୁ ସଦା ଧନ୍ୟବାଦ୍ ଦିଅନ୍ତି ।

 

୭. ଚିତ୍ରିଣୀ ସ୍ଵଭାବର ଯୁବତୀ ବା ନାରୀ ଙ୍କ ଚାଲି ସବୁଠାରୁ ଅଲଗା ଥାଏ। ନା ସେମାନେ ଅତି ଉଚ୍ଛ ବା ଗେଡା ଥାଆନ୍ତି । ଏମାନଙ୍କ ବକ୍ଷ ଆଉ ୟୋନି ଆକାର ରେ ବଡ ଥାଏ । ଶରୀର ଆକୃତି ସନ୍ତୁଳିତ ଆଉ କଥା ରେ ଏକ ମଜା , ଆଉ ବୁଦ୍ଧିମତା ବାସ୍ନା ଥାଏ ଏମାନେ ଆବଶ୍ୟକ ଅନୁଯାୟୀ କଥା କୁହନ୍ତି । ଏମାନଙ୍କ ଆଗ୍ରହ ନୃତ୍ୟ , ଗୀତ ଆଉ କଳା ପାଇଁ ଅଧିକ ଥାଏ। ପୋଷାକ , ପ୍ରସାଧନ ବା କସ୍ମେଟିକ ଆଉ ଗହଣା ପାଇଁ ଏମାନଙ୍କ ଆଗ୍ରହ ଅନେକ ଥାଏ । ଏମାନେ ପୁରୁଷ କୁ ପ୍ରଗତି ଆଉ ସଙ୍ଗୀତ ପୂର୍ଣ୍ଣ କରନ୍ତି । ସ୍ପଷ୍ଟ କଥାରେ ବିଶ୍ବାସ ରଖନ୍ତି । ଏମାନଙ୍କ ଉପସ୍ଥିତି ଏକ ପୁରୁଷଙ୍କୁ ସୁଗୁଣ ସମ୍ପନ୍ନ କରେ ଆଉ ପୁରୁଷ ଦୁଃସାହସିକ ହୋଇ ଉଠେ ଏହି ନାରୀ କୁ ଖୁସି କରିବାକୁ।

 

୮. ସଂଖିନୀ ପ୍ରକୃତି ନାରୀ ବା ଯୁବତୀ ନା ଅଧିକ ମୋଟା ନା ପତଳା ଥାଆନ୍ତି । ନା ଅଧିକ ଭୋଜନ କରନ୍ତି ନାହିଁ କମ । ତାଙ୍କ ଶରୀର ଗୋଲ ଥାଏ । ଆଉ ହାତରେ ଶିରା ଟାଣି ହୋଇ ସ୍ପଷ୍ଟ ଦେଖା ଯାଇଥାଏ । ଲାଲ ରଙ୍ଗ ପାଇଁ ଏମାନଙ୍କ ଦୁର୍ବଳତା ଥାଏ । ଶରୀର ରୁ ଏମାନଙ୍କ ଏକ ମାଦକ ରସ ବାସ୍ନା ବାରି ହୁଏ । ଏମାନଙ୍କ ନଖ ଲମ୍ବା ଥାଏ । କାମ ସମ୍ଭୋଗ କ୍ଷଣ ରେ ଏମାନେ ପୁରୁଷ କୁ ନଖରେ କ୍ଷତ କରନ୍ତି । ଏମାନଙ୍କ ମସ୍ତିଷ୍କ ରେ ସବୁବେଳେ କିଛି ରହସ୍ୟ ରୋଷେଇ ହେଉଥାଏ । ଏମାନଙ୍କ କଥା ସୁମଧୁର ନଥାଏ , ବହଳ ମୋଟା ଥାଏ । ନା କଥା ରେ ଛନ୍ଦ ନା ପୁଲକ୍ ଥାଏ । ଏମାନେ ଅନେକ ସମୟ ରେ କଥା ରେ ଛୁରୀ ମାରିବା ଜାଣନ୍ତି । ଏମାନଙ୍କ ସହ ପୁରୁଷ ର ରହିବା ଖଣ୍ଡା ଉପରେ ଚାଲିବା ସଦୃଶ୍ୟ ।

 

୯.ହସ୍ତିନୀ ଶ୍ରେଣୀ ମହିଳା ବା ଯୁବତୀ ଶାରୀରିକ ଗଠନ ରେ ମୋଟା ଥାଆନ୍ତି । ଅଧିକାଂଶ ଅଳସ ଭାଙ୍ଗନ୍ତି । ଶରୀରରୁ ଏମାନଙ୍କ ଏକ କାମ ପ୍ରବୃତ୍ତି ବାସ୍ନା ରସ ନିର୍ଗତ ହୁଏ । ଯାହା ଲୁଚାଇବାକୁ ଏମାନେ ଅତର ବା ବାସ୍ନା ପ୍ରୟୋଗ କରନ୍ତି । ଏମାନେ କଳହ ପ୍ରିୟ । ଦରକାର ଠାରୁ ଅଧିକ ଏମାନେ ଖାଦ୍ୟ ଖାଆନ୍ତି । କାହା ସହ ବାଣ୍ଟନ୍ତି ନାହିଁ । ଏମାନଙ୍କ ଓଠ ମୋଟା ଆଉ ଓହଲିଲା ପରି ଥାଏ । ଏମାନଙ୍କୁ ସମ୍ଭୋଗ ରେ ତୁପ୍ତ କରିବା ଅସମ୍ଭବ । ଏମାନେ ପୁରୁଷ କୁ ଛୋଟ କରି ଅନୁଭବ କରାନ୍ତି । ଏମାନଙ୍କ ଶରୀର ରେ ଲୋମ ଅଧିକ ଥାଏ ଅନ୍ୟ ବର୍ଗ ଠାରୁ ।

 

୧୦. ରତିରହସ୍ୟ ବା କାମ ବିଜ୍ଞାନ ରେ ଏହା ହେଉଛି ନାରୀ ମାନଙ୍କ ୪ ଶ୍ରେଣୀ । ହେଲେ ପୁରୁଷ ର ମଧ୍ୟ ବିଭକ୍ତି କରଣ ରହିଛି ଯାହା ତାର ଗୁଣ ହିସାବ ରେ ଉପରୋକ୍ତ ନାରୀ ଆଉ ଯୁବତୀ ଙ୍କ ସହ ଶାରୀରିକ , ମାନସିକ ଆଉ ଆତ୍ମିକ ସନ୍ତୁଳନ ବା ବାଲାନ୍ସ କରିବା ର ସହାୟକ ହୁଏ ।

 

ପ୍ରେମ ଶରୀରରୁ ସୃଷ୍ଟି ଏବଂ ହୃଦୟ ର ନିସର୍ତ୍ତ ବୃଷ୍ଟି ଅଟେ । ଏହା ଏକ ସାଧନା । ପ୍ରେମ ପ୍ରବାହ ନାହିଁ ଶୋଷଣ ।

 

ମା ଗୌରୀ ଶଙ୍କର ଙ୍କୁ ପ୍ରଣାମ ।

Get real time updates directly on you device, subscribe now.