fbpx

ନାଗପୁରରେ ପହଞ୍ଚିଲା ତୃତୀୟ ଲହର, ମନ୍ତ୍ରୀ କହିଲେ- ‘ପୁଣି ଲାଗିବ କଟକଣା’

ନାଗପୁର: ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଗତକିଛି ଦିନ ହେବ ପୁଣି ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି । ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତିତ ରାଉତ ଏହାର ସୂଚନା ଦେଇଛନ୍ତି । ଲଗାତାର ୨ ଦିନ ହେବ କରୋନା ମାମଲା ବୃଦ୍ଧି ପାଉଥିବାରୁ ମନ୍ତ୍ରୀ ଏପରି କହିଛନ୍ତି । କରୋନାର ପୂର୍ବ ୨ଟି ଲହରରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ଥିଲା । ଦ୍ୱିତୀୟ ଲହରରୁ ସୁସ୍ଥ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ପ୍ରସ୍ତୁତିକୁ ନେଇ କହିଥିଲେ । ନିକଟରେ ସେ ତୃତୀୟ ଲହରକୁ ନେଇ ମଧ୍ୟ ଚେତାବନୀ ଦେଇଥିଲେ ।

ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତିନ ନିକଟରେ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ । ସଂକ୍ରମଣର ତୀବ୍ରତାକୁ ରୋକିବା ପାଇଁ ପ୍ରଶାସନ କଟକଣା ଲଗାଇବାର ଘୋଷଣା କରିପାରେ ବୋଲି ସେ ସଙ୍କେତ ଦେଇଥିଲେ । ଏହି ବୈଠକରେ ରାଜସ୍ୱ, ପୋଲିସ ଓ ସ୍ୱାସ୍ଥ୍ୟ ସମେତ ଅନେକ ସରକାରୀ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.