fbpx

Ration Card ସହିତ ଏହି ପ୍ରକ୍ରିୟାରେ ଯୋଡ଼ନ୍ତୁ ପରିବାର ସଦସ୍ୟଙ୍କ ନାମ, ଫ୍ରୀ ରେ ମିଳିବ ରାସନ; ଆହୁରି ଅନେକ ଫାଇଦା

ନୂଆଦିଲ୍ଲୀ: ରାସନ କାର୍ଡରେ ନାମ ଯୋଡ଼ିବା ହେଉଛି ସବୁଠାରୁ ଜରୁରୀ କାମ । ଯଦି ଆପଣ ନିଜ ପରିବାର ସଦସ୍ୟଙ୍କ ନାମ ରାସନ କାର୍ଡ ସହିତ ଯୋଡ଼ିବାକୁ ଚାହୁଁଛନ୍ତି ତାହେଲେ ଏବେ ଆପଣଙ୍କୁ ଆଉ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି କାମ କରିବା ପାଇଁ ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ର ସହାୟତା ନେଇପାରିବେ । ତେବେ ଚାଲନ୍ତୁ ଜାଣିବା ପୂରା ପ୍ରକ୍ରିୟା ।

୧. ଏପରି ଯୋଡ଼ନ୍ତୁ ପିଲାମାନଙ୍କ ନାମ:

ଯଦି ଆପଣ ପିଲାମାନଙ୍କ ନାମ ରାସନ କାର୍ଡ ସହିତ ଯୋଡ଼ିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଘରର ମୁଖ୍ୟ ସଦସ୍ୟଙ୍କ ରାସନ କାର୍ଡ(ଫଟୋକପି ଓ ଅରିଜିନାଲ୍ ଦୁଇଟି ଯାକ), ପିଲାଙ୍କ ଜନ୍ମ ପ୍ରମାଣ ପତ୍ର, ବାପା-ମାଆଙ୍କ ଆଧାର କାର୍ଡ ଦରକାର ।

୨. ଅନ୍ୟ ସଦସ୍ୟଙ୍କୁ କିପରି ଯୋଡ଼ିବେ :

ଯଦି ଘେରର ଅନ୍ୟ କେଉଁ ସଦସ୍ୟଙ୍କୁ ଯୋଡ଼ିବାକୁ ଚାହୁଁଛନ୍ତି ଯେମିତିକି ବୋହୁ, ଆଈ ତେବେ ସେମାନଙ୍କ ଆଧାର କାର୍ଡ, ମ୍ୟାରେଜ୍ ସାର୍ଟିଫିକେଟ୍, ସ୍ୱାମୀ ମାନଙ୍କ ରାସନ କାର୍ଡ ଏବଂ ପୂର୍ବରୁ ବାପା-ମାଆଙ୍କ ନାମରେ ରହିଥିବା ରାସନ କାର୍ଡରୁ ନାମ ହଟାଇଥିବା ପ୍ରମାଣ ପତ୍ର ରହିଥିବା ଜରୁରୀ ।

ଅନଲାଇନ୍ ମାଧ୍ୟମରେ କିପରି କରିବେ:

୧. ପ୍ରଥମେ ଆପଣ ଖାଦ୍ୟ ଯୋଗାଇ ୱେବସାଇଟ୍ କୁ ଯାଆନ୍ତୁ ।
୨. ଲଗଇନ୍ କରି ହୋମ୍ ପେଜ୍ କୁ ଖୋଲନ୍ତୁ ।
୩. ସେଠାରେ ଥିବା ନୂତନ ସଦସ୍ୟଙ୍କ ନାମ ଯୋଡ଼ିବା ବିକଳ୍ପ ଉପରେ ପ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ଏକ ଫର୍ମ ଆସିବ । ତାକୁ ପୂରଣ କରନ୍ତୁ । ପରିବାର ସଦସ୍ୟଙ୍କ ସମ୍ପର୍କରେ ବିବରଣୀ ଦେବା ନେଇ ଫର୍ମ ରେ ଉଲ୍ଲେଖ ରହିଥିବ
୪. ଫର୍ମ ସହିତ ଜରୁରୀ ଡକ୍ୟୁମେଣ୍ଟର ସଫ୍ଟ କପି ମଧ୍ୟ ଦେବେ ।
୫. ଫର୍ମ ପୂରଣ କରି ସବମିଟ୍ କରିବା ପରେ ଏକ ରେଜିଷ୍ଟ୍ରେସନ ନମ୍ବର ଆସିଯିବ । ଏହା ଦ୍ୱାରା ଆପଣ ନିଜ ଫର୍ମକୁ ଟ୍ରାକ୍ କରିପାରିବେ । ଏହି ଫର୍ମକୁ ଅଧିକାରୀ ମାନେ ଯାଞ୍ଚ କରିବେ ।
୬. ଯଦି ସବୁ ବିବରଣୀ ସଠିକ୍ ରହିଥିବ ତେବେ ଫର୍ମକୁ ଗ୍ରହଣ କରାଯିବ ଏବଂ ଡାକ ପୋଷ୍ଟ ଜରିଆରେ ରାସନ କାର୍ଡ ଆପଣଙ୍କ ଘରେ ପହଞ୍ଚାଯିବ ।

 

Get real time updates directly on you device, subscribe now.